ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକାଗସ୍ତ ଆରମ୍ଭ । ୩ଦିନିଆ ଗସ୍ତରେ ରହିଛି ଅନେକ ଗୁରୁୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ

102

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିଠୁ ୩ଦିନିଆ ଆମେରିକା ଗସ୍ତ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ ଦିଲ୍ଲୀରୁ ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ    । ମୋଦୀଙ୍କ ଗସ୍ତକୁ ନେଇ ବାଇଡେନ ପ୍ରଶାସନ ଯେତିକି ବଡ ଆୟୋଜନ କରିଛନ୍ତ,ି ସେତିକି ଉତ୍ସାହିତ ଅଛନ୍ତି ସେଠାରେ ରହୁଥିବା ପ୍ରବାସୀ ଭାରତୀୟ ।ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ଭଳିକି ଭଳି ଆୟୋଜନ କରାଯାଇଛି । ପ୍ରବାସୀ ଭାରତୀୟ ମାନେ କେଉଁଠି ଗୁଜରାଟର ପାରମ୍ପାରିକ ଗର୍ଭା ନୃତ୍ୟ ଅଭ୍ୟାସ କରୁଛନ୍ତିି ତ ପୁଣି କେଉଁଠି ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ କୁନି କୁନି ପିଲାମାନେ ନିଜ ହାତରେ ଭଳିକି ଭଳି ଉପହାର ତିଆରି କରିଛନ୍ତି । ସେପଟେ ନ୍ୟୁଜର୍ସିିର୍ରେ ରହୁଥିବା ପ୍ରବାସୀ ଭାରତୀୟ ମୋଦୀଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନ କରିଛନ୍ତି । ୱାଶିଂଟନ ଡିସିରେ ରହୁଥିବା ପ୍ରବାସୀଭାରତୀୟ ବେଶ ଉତ୍ସାହର ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପେକ୍ଷା କରିଛନ୍ତି । ମୋଦି ମୋଦୀ ନାରାରେ କମ୍ପୁଛି ହ୍ୱାଇଟ ହାଉସ ସମ୍ମୁଖ    ।

ସେପଟେ ମୋଦୀଙ୍କ ୩ଦିନିଆ ରାଜକୀୟ ଯାତ୍ରାରେ ହ୍ୱାଇଟହାଉସରେ ବିଶେଷ ବ୍ୟବସ୍ଥା କରାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟଲେଡି ଜିଲ ବାଇଡେନଙ୍କ ସହ ମୋଦୀଙ୍କ ସ୍ୱତନ୍ତ୍ର ଆଲୋଚନା ପରେ ରାତ୍ରଭୋଜନ ଆୟୋଜନ କରାଯାଇଛି । ୩ଦିନିଆ ଆମେରିକାଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବଡ ପ୍ରତିରକ୍ଷା ବୁଝାମଣା ହୋଇପାରେ । ଆମେରିକାର ଅନେକ ବୃହତ କମ୍ପାନୀର ସିଇଓଙ୍କୁ ଭେଟିବା ସହ ଟେସଲାର ସିଇଓ ଏଲନ ମସ୍କଙ୍କୁ ମଧ୍ୟ ଭେଟିବେ ପ୍ରଧାନମନ୍ତ୍ରୀ । ଏଥିସହ ଅର୍ଥନୀତିଜ୍ଞ, ଅଭିନେତା, ବୈଜ୍ଞାନିକ, ସଂଗୀତଜ୍ଞ, ବ୍ୟବସାୟୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

ଆମେରିକାରେ ମୋଦୀଙ୍କ କାର୍ଯ୍ୟକ୍ରମ
-ଜୁନ ୨୧ରେ ମିଳିତ ଜାତିସଂଘ ମୁଖ୍ୟାଳୟକୁ ଯିବେ
-ଏଠାରେ ବିଶ୍ୱ ଯୋଗ ଦିବସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି
-କାର୍ଯକ୍ରମରେ ମୋଦୀ ଯୋଗ ଓ ଉଦବୋଧନ ଦେବେ
-ଜୁନ ୨୨ରେ ୱାଶିଂଟନ ଯିବେ ମୋଦୀ
-ଆମେରିକା ରାଷ୍ଟ୍ରପତି ହ୍ୱାଇଟହାଉସରେ ମୋଦୀଙ୍କୁ ସ୍ୱାଗତ ଜଣାଇବେ
-ଜୁନ ୨୨ରେ ଆମେରିକା ସଂସଦର ମିଳିତ ବୈଠକକୁ ସମ୍ବୋଧିତ କରିବେ
-ବାଇଡେନ ଓ ଫାଷ୍ଟଲେଡିଙ୍କ ସହ ରାତ୍ରୀ ଭୋଜନ କରିବେ
-ଜୁନ ୨୩ରେ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ସାକ୍ଷାତ କରିବେ
-ବିଭିନ୍ନ ଆମେରକୀୟ କମ୍ପାନୀର ସିଇଓଙ୍କୁ ସାକ୍ଷାତ କରିବେ

ପ୍ରଧାନମନ୍ତ୍ରୀଙ୍କ ଏହି ଆମେରିକା ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯିବ । ଆମେରିକା ମୋଦୀଙ୍କୁ ଏଭଳି ସ୍ୱାଗତ କରିବା ଏକଥାର ପ୍ରମାଣ ଦେଉଛି ଯେ ଦୁଇ ଦେଶ ମଧ୍ୟରେ କେତେ ମଜବୁତ ରହିଛି କୁଟନୈତିକ ସମ୍ପର୍କ ।