‘ଆତ୍ମିକ ବିକାଶ ହେଲେ ଆମେ ନମ୍ବର -୧ ହେବା’ : ଅଭିଭାଷଣରେ ଭାବବିହ୍ୱଳ ହେଲେ ଶ୍ରୋତା ।

161

କନକ ବ୍ୟୁରୋ: ‘ଜୀବନର କିଛି ଭରସା ନାହିଁ , ଧନ ସଞ୍ଚୁଛୁ କାହା ପାଇଁ’ ବାସ୍… ରାଷ୍ଟ୍ରପତିଙ୍କ ଏଇ କେଇପଦ କଥା ଉପସ୍ଥିତ ଜନତାଙ୍କୁ ହୃଦୟକୁ ଛୁଇଁଥିଲା । ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ ।

ଆଜି ତମାଣ୍ଡୋ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଦ୍ୱାରା ଆୟୋଜିତ ‘ଡିଭାଇନ୍ ଲାଇଫ୍’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମନୁଷ୍ୟର ବାସ୍ତବିକ ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ । କହିଥିଲେ ଆମେ ଯେତେ ଉନ୍ନତି କଲେ ବି ଭୌତିକ ସଂସାର ଅଳିକ । ଏହା ଉପରେ ଭରସା କରିହେବ ନାହିଁ । ଏହାକୁ ଆଧାର କରି ଆମର ବାସ୍ତବିକ ବିକାଶକୁ ମାପ କରାଯାଇପାରିବ ନାହିଁ । ଯେଉଁଦିନ ଆମ ଆତ୍ମିକ ବିକାଶ, ହେବ ଆମ ମାନସିକତାର ବିକାଶ ହେବ କେବଳ ସେଦିନ ଆମେ ନମ୍ବର -୧ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।