ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ପୁରୀ ଯାଇ ମହାପ୍ରଭୁଙ୍କ କରିବେ ଦର୍ଶନ

175

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ପ୍ରଥମ ଓଡିଆ ମହିଳା ରାଷ୍ଟ୍ରପତି ତଥା ଭାରତର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ହେବ । ଏହି ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦୌପ୍ରଦୀ ମୁର୍ମୁ । ଏହା ପୂର୍ବରୁ ପୁରୀ ଗସ୍ତ ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଏସପି ଓ କମାଣ୍ଡାଂଟ ର୍ୟାଙ୍କର ୫ ଜଣ ଅଧିକାରୀ, ଅତିରିକ୍ତ ଏସପି ରାଙ୍କର ୭ ଜଣ , ଡିଏସପି ରାଙ୍କର ୧୮ ଜଣ ନିୟୋଜିତ ରହିବେ ।

ଏହା ସହ ଇନନପେକ୍ଟର ଓ ଏସଆଇ ରାଙ୍କର ୧୧୦ ଜଣଙ୍କ ସହ ୨୪ ପ୍ଲାଟୁନ ପୋଲିସ୍ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ । ଅନ୍ୟପଟେ ପୁରୀ ତାଳବଣିଆ ହେଲିପ୍ୟାଡରେ ବାୟୁସେନାର ସ୍ୱତନ୍ତ୍ର ୫ ଜଣିଆ ଅଧିକାରୀ ପହଞ୍ଚି ହେଲିପ୍ୟାଡ ଓ ହେଲିକପ୍ଟର ଅବତରଣ ସ୍ଥିତିର ସମୀକ୍ଷା କରିଛନ୍ତି । ଆଜି କରାଯିବ କାରକେଡ ରିହରସଲ । ଶ୍ରୀମନ୍ଦିରରୁ ରାଜଭବନକୁ କାରକେଡ ରିଅଲସେଲ କରାଯିବ । ଏନେଇ ପୁରୀ ପ୍ରଶାସନ ସହ ମଧ୍ୟ ଆଲୋଚନା କରିଛନ୍ତି ବାୟୁସେନାର ସ୍ୱତନ୍ତ୍ର ଅଧିକାରୀ ।