ଏଲନ୍ ମସ୍କଙ୍କୁ ଗର୍ଭବତୀଙ୍କ ଚ୍ୟାଲେଞ୍ଜ: କହିଲେ ‘କୋର୍ଟରେ ଦେଖିନେବି’

746

କନକ ବ୍ୟୁରୋ: ଟେସଲା ଓ ସ୍ପେଶ୍ ଏକ୍ସର ମାଲିକ ଏଲନ୍ ମସ୍କ ଟ୍ୱିଟରର ଦାୟିତ୍ୱ ନେବା ପରେ ନାହିଁନଥିବା ଘଟଣା ଘଟୁଛି । ସିଇଓ ଥିବା ଭାରତୀୟ ପରାଗ ଅଗ୍ରୱାଲଙ୍କ ସମେତ ୩ଜଣ ବରିଷ୍ଠ ଅଧିକାରୀଙଙ୍କୁୁ ଟ୍ୱିଟରରୁ କାଢିବା ପରେ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ମଧ୍ୟ କାଢିଦେଇଛନ୍ତି ଏଲନ୍ । ଏମାନଙ୍କ ମଧ୍ୟରେ ଅଛନ୍ତି ଶେନନ୍ ଲୁ ।

ଶେନନ୍ ଟ୍ୱିିଟରରେ ଡାଟା ସାଇନ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଶେନନ୍ ବର୍ତ୍ତମାନ ୬ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ଚାକିରୀରୁ ବାହାର କରିଦେବା ତାଙ୍କୁ ଗଭୀର ଆଘାତ ଦେଇଛନ୍ତି । ଫଳରେ ସେହି ଟ୍ୱିଟରରେ ହିଁ ଏଲନଙ୍କୁ ଟାର୍ଗେଟ କରିଥିଲେ ଶେନନ୍ । ହେଲେ ଟ୍ୱିଟରରୁ ତାଙ୍କ ଟ୍ୱିଟକୁ ଡିଲିଟ କରିଦେବା ପରେ ତାଙ୍କ ଆକାଉଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ବ୍ଲକ କରିଦିଆଯାଇଛି ।

ତେବେ ଏଲନଙ୍କ ଏପରି ଅମାନବୀୟ କାର୍ଯ୍ୟ ଅନେକ କର୍ମଚାରୀଙ୍କୁ ଆଘାତ ଦେଇଛି । ଏବେ ଏହାର ପରିଣାମ ଭୋଗି ପାରନ୍ତି । ତାଙ୍କୁ କୋର୍ଟ କଚେରୀର ସାମ୍ନା କରିବାକୁ ପଡିପାରେ । କାରଣ ଶେନନ୍ ନିଜର ଏକ ଟ୍ୱିଟରରେ ଲେଖିଥିଲେ ଯେ, ‘ଠିକ୍ ଅଛି , ଏଥର କୋର୍ଟରେ ଦେଖାହେବ’ ।