ଉମେଶ ପାଲ ହତ୍ୟାକାଣ୍ଡ ପୁଲିସର ଆକ୍ସନ୍ । ପ୍ରଥମ ଗୁଳି ମାରିଥିବା ଉସ୍ମାନକୁ ଏନକାଉଣ୍ଟର

154

କନକ ବ୍ୟୁରୋ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଉସ୍ମାନ୍ ଚୌଧୁରୀକୁ ଏନକାଉଣ୍ଟର କରିଛି ପୁଲିସ୍‌। ଉସ୍ମାନ୍ ହିଁ ପ୍ରଥମେ ଉମେଶ ପାଲକୁ ଗୁଳି ମାରିଥିବା ଜଣାଯାଇଛି। ଏହା ପୂର୍ବରୁ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରବାଜକୁ ଏନକାଉଣ୍ଟର କରି ସାରିଛି ପୁଲିସ୍‌ ।

ପ୍ରୟାଗରାଜର କୌନ୍ଧିଆରା ଅଞ୍ଚଳରେ ଓସମାନ ଲୁଚି ଥିବା ସୂଚନା ପାଇ ପୁଲିସ୍‌ ଚଢ଼ାଉ କରିଥିଲା। ଏହି ସମୟରେ ଓସମାନ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ତାକୁ ଟାର୍ଗେଟ କରି ଗୁଳି ଚଳାଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ପୁଲିସ୍‌ ତାକୁ ଏସ୍‌ଆରଏନ୍‌ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।