ସାରା ରାଜ୍ୟରେ ବିଜୁଳି ବିଭ୍ରାଟ : ବିଦ୍ୟୁତ କାଟକୁ ନେଇ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା; କହିଲେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାକଅପ୍ ପ୍ଲାନର ଅଛି ଅଭାବ

159

କନକ ବ୍ୟୁରୋ : ସାରା ରାଜ୍ୟରେ ଘନଘନ ହେଉଛି ବିଦ୍ୟୁତ କାଟ୍ । ଘଣ୍ଟା ଘଣ୍ଟା କାଟି ଦିଆଯାଉଛି ବିଜୁଳି । ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ଭିତ୍ତିଭୂମି କ୍ଷେତ୍ରରେ ଯେଉଁ ବ୍ୟାକଅପ୍ ପ୍ଲାନ ରହିବା କଥା ସେଥିରେ ଅଭାବ ରହିଛି ।

ଯେତେ ଭିତ୍ତିଭୂମି କଲେ ବି ବିପର୍ଯ୍ୟରେ ତାହା ବାଧାପ୍ରାପ୍ତ ହେବ କିନ୍ତୁ ସେଥିପାଇଁ ସବୁବେଳେ ବ୍ୟାକଅପ୍ ପ୍ଲାନ ରଖାଯାଏ । ବିଦେଶରେ ଲୋକଙ୍କୁ କହି ଦିଆଯାଏ ଯେ, କେତେ ଦିନ ଭିତରେ ବିଜୁଳି ଯୋଗାଇ ଦିଆଯିବ । ମୁଖ୍ୟ ଶାସନ ସଚିବ ଘଟଣାକୁ ଗୁରୁତର ସହ ନେଇ ବୈଠକ ଡାକିଛନ୍ତି ସେଥିରେ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ଅମର ପଟ୍ଟନାୟକ ।