ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ : କେନ୍ଦ୍ରାଞ୍ଚଳ ଆରଡିସି ଡାକିଲେ ଜରୁରୀ ବୈଠକ

340

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ । ଘଟଣାକୁ ଗୁରୁତର ସହ ନେଲା ପ୍ରଶାସନ । ଜରୁରୀ ବୈଠକ ଡାକିଲେ କେନ୍ଦ୍ରାଞ୍ଚଳ ଆରଡିସି । ପ୍ରଶାସନିକ ଓ ବିଦ୍ୟୁତ ବିବାଗ ଅଧିକାରୀ ଉପସ୍ଥିତ । ଏ ନେଇ ଏଡିଏମ ସୂଚନା ଦେଇଛନ୍ତି । ଆରଡିସିଙ୍କ ବୈଠକରେ ପୁଙ୍ଗାନୁପୁଙ୍ଖ ଆଲୋଚନା ହେବ ।

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ମହାମହିମ ରାଷ୍ଟ୍ରପତି ଅନ୍ଧାରରେ ଅଭିଭାଷଣ ରଖିବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ହୋଇଥିବା ବିଜୁଳି ବିଭ୍ରାଟ ପାଇଁ କିଏ ଦାୟୀ, ତାକୁ ନେଇ ପ୍ରଶ୍ନ ଉଠିଛି ? ବିଜୁଳି ବିଭ୍ରାଟକୁ ନେଇ ଚାରିଆଡୁ ସମାଲୋଚନା ପରେ ଏହାକୁ ଗୁରୁତ୍ୱର ସହ ନେଇ ପ୍ରଶାସନ । ଆଉ ଆରମ୍ଭ ହୋଇଛି କାରଣ ଖୋଜା । ତେବେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭିସି କହିଛନ୍ତି, ସେ ଏଥିପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିଛନ୍ତି ।