ଉନ୍ନୟନ କାର୍ଯ୍ୟ ଅନିୟମିତତା ଦେଖିବାକୁୁ ଆସି ହଟହଟା ହେଲେ ଅତିରିକ୍ତ ବିଡିଓ, କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

168

କନକ ବ୍ୟୁରୋ : ଉନ୍ନୟନ କାର୍ଯ୍ୟ ଅନିୟମିତତା ଦେଖିବାକୁୁ ଆସି ହଟହଟା ହେଲେ ଅତିରିକ୍ତ ବିଡିଓ । କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ । ବିଡିଓ ହାତରେ ଚପଲ ଧରି ଚାଲି ଚାଲି ଯିବା ସମୟରେ ତଳି ରୋଇଲେ ଲୋକେ । ପୋଲସରା ବ୍ଲକ ଢ଼ୁଙ୍କାପଡ଼ା ଗାଁରେ ଅତିରିକ୍ତ ବିଡିଓଙ୍କ ସହ କାଦୁଅରେ ଜିଆରଏସ ଚାଲିଛନ୍ତି ।

ଅଭିଯୋଗ ଅନୁସାରେ ଠଣାପଲି ଠାରୁ ଦଲେଇ ଘାଇ ରାସ୍ତା ପାଇଁ ୫ଲକ୍ଷ ଟଙ୍କାରେ ର୍ନିମାଣ ନେଇ ଫଳକ ଲାଗି ବିଲ୍ ହୋଇଛି । ପୁଣି ସେହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ରାସ୍ତା ଦଳେଇ ଘାଇ ମୋରମ ରାସ୍ତା ବାବଦରେ ୭ଲକ୍ଷ ବ୍ୟୟ ଅଟକଳ ହୋଇଛି । ସିନ୍ଧିପଦର ଠାରୁ ହ୍ରଦ ରାସ୍ତା ନଥିବା ବେଳେ ୭ଲକ୍ଷ ଫଳକ ଲଗାଯାଇ ୪ଲକ୍ଷ ୫୮ହଜାର ୮୦୦ ବିଲ ଉଠା ସରିଛି । ଘଟଣାର ତଦନ୍ତ ପାଇଁ ପୋଲସରା ଅତିରିକ୍ତ ବିଡିଓ ଯିବା ସମୟରେ ହଟହଟା ହୋଇଥିଲେ ।