ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ ଓ ଏଏସଆଇ: ମଦ ବେପାରୀଙ୍କଠୁ ୫୦ ହଜାର ଲାଂଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

3,830

କନକ ବ୍ୟୁରୋ: ଥାନା ଭିତରୁ ପୋଲିସ ଅଧିକାରୀଙ୍କୁ ଉଠାଇନେଲା ଭିଜିଲାନ୍ସ । ଏଭଳି ମାମଲା ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଂଚଳରୁ ଆସିଛି । ଏକ ମାମଲାର ରଫାଦଫା ପାଇଁ ୫୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଥାନା ଭିତରେ ଆଇଆଇସି ଓ ଏଏସଆଇଙ୍କୁ ଉଠାଇ ନେଲା ଭିଜିଲାନ୍ସ । ସ୍ଥାନୀୟ ମଦ ବେପାରୀଙ୍କ ଠାରୁ ମାସିକିଆ ବଟି ନେଉଥିବା ଭଳି ସାଂଘାତିକ ଅଭିଯୋଗ ଏହି ଦୁଇ ପୋଲିସ ଅଧିକାରୀଙ୍କ ନାଁଁରେ ଆସିଥିଲା । ପୂର୍ବରୁ ମଧ୍ୟ ଏଭଳି ଅନେକ ଅଭିଯୋଗ ଏମାନଙ୍କ ନାଁରେ ଆସିଛି । ଏବେ ମଦ ବେପାରୀଙ୍କ ଠାରୁ ଲାଂଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଦୁଇ ପୋଲିସ ଅଧିକାରୀ ହେଲେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ କୁମାର ମହାନ୍ତି ।