ଥାନାରେ ଅଟକ ୨ ଗଞ୍ଜା: କୁକୁଡ଼ା ଲଢେଇରେ ମଦ ଓ ଜୁଆର ଅସର ଜମୁଥିବା ନେଇ ହୋଇଥିଲା ଅଭିଯୋଗ

113

କନକ ବ୍ୟୁରୋ: ଥାନାରେ ଅଟକ ୨ ଗଂଜା । ମାଲକାନଗିରି ମଡେଲ ଥାନାରୁ ଆସିଛି ଏଭଳି ଚିତ୍ର । ମାଲକାନଗିରି ଥାନା ଅନ୍ତର୍ଗତ ଦୁମାଲିଗୁଡା କୁକୁଡା ଗାଲିରେ ଚଢାଉ କରି ମାଲକାନଗିରି ପୁଲିସ ୨ କୁକୁଡାକୁ ଉଠାଇ ଆଣିବା ସହ ୪ କୁକୁଡା ମାଲିକଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ତାଙ୍କ ନିକଟରୁ କୁକୁଡା ଲଢେଇରେ ବ୍ୟବହାର ହୋଉଥିବା ୧୦ଟି ଧାରୁଆ ଛୁରି, ନଗଦ ୪ହଜାର ଟଙ୍କା ଜବତ କରିଛି ପୁଲିସ । ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଗଂଜା ଲଢେଇ ପର୍ବ ଆରମ୍ଭ ହେଇ ଥିବା ବେଳେ ସେଠାରେ ମଦ ଓ ଯୁଆର ଆସର ଜମାଇ ଥାନ୍ତି ସ୍ଥାନୀୟ ଲୋକେ । ଏହାକୁ ସ୍ଥାନୀୟ ଜନପ୍ରତିନିଧି ମାନେ ବିରୋଧ କରି ଥାନାରେ ମାମଲା ରୁଜୁ କରି ଥିବାରୁ ମାଲକାନଗିରି ପୁଲିସ ପକ୍ଷରୁ ଗତ କିଛି ଦିନ ଧରି ଏହି କୁକୁଡା ଗାଲି ଉପରେ ଧର ପକଡ ଜାରି ରଖିଛି ।