ବିଷାକ୍ତ ମଦ ନେଲାଣି ୧୪ ଜୀବନ, ୪ ପୁଲିସ କର୍ମୀ ନିଲମ୍ବିତ

294

କନକ ବ୍ୟୁରୋ: ତାମିଲନାଡୁରେ ମଦ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଷାକ୍ତ ମଦ ପିଇ ଭିଲ୍ଲୁପୁରମରେ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୪ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ଏହି ଘଟଣାରେ ୫୭ଟି ମାମଲା ରୁଜୁ ହୋଇଛି ଏବଂ ବିଷାକ୍ତ ମଦ ବିକ୍ରି କରିଥିବା ଏବଂ ତିଆରି କରୁଥିବା ପ୍ରାୟ ୯ ଜଣ ଲୋକ ଗିରଫ ହୋଇଛନ୍ତି। ଉକ୍ତ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଆଇଜି ଏନ୍‌ କାନ୍ନନ୍‌ କହିଛନ୍ତି।