ବିବାଦ ପରେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

183

କନକ ବ୍ୟୁରୋ: ବିବାଦ ତେଜିବା ପରେ ବିଜ୍ଞାପନରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ଫଟୋ । ବିଜ୍ଞାପନ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ରାଉରକେଲାକୁ ବିମାନ ସେବା ଯୋଗାଇ ଦେବା ନେଇ ଖବରକାଗଜରେ ବିଜ୍ଞାପନ ଜରିଆରେ ଧନ୍ୟବାଦ ଦିଆଯାଇଛିି । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ମଧ୍ୟ ରହିଛି । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ଶିକ୍ଷା ତଥା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଅବସରରେ ଧନ୍ୟବାଦ ଦେଇଛି ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ । ଆଉ ଶେଷରେ ଓଡିଶା ସରକାରଙ୍କୁ ମଧ୍ୟ ଦିଆଯାଇଛି ।

ଗତକାଲି ରାଉରକେଲାକୁ ବିମାନ ସେବା ଆରମ୍ଭ ହୋଇଥିଲା । ବିମାନ ସେବାର ଶୁଭାରମ୍ଭ ପାଇଁ ଦିଆଯାଇଥିବା ବିଜ୍ଞାପନରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିଥିଲା । ବିମାନ ସେବା ଉଦଘାଟନ ଅବସରରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଏହି ବିମାନ ସେବା କେନ୍ଦ୍ରରା ହେଲେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବା ଠିକ୍ ହୋଇନି । ଏହାପରେ ଆଜି କିନ୍ତୁ ଏହି ବିଜ୍ଞାପନ ପ୍ରକାଶ ପାଇଛି । ଯାହାକି ରାଉରକେଲାକୁ ବିମାନ ସେବା ଯୋଗାଇ ଦିଆଯାଇଥିବା ନେଇ ଧନ୍ୟବାଦ ଦିଆଯାଇଛି ଷ୍ଟିଲ୍ ଅଥରଟି ଅଫ୍ ଇଣ୍ଡିଆ ପକ୍ଷରୁ । ଆଗକୁ ସାଧାରଣ ନିର୍ବାଚନ ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଜରିଆରେ ଶ୍ରେୟ ନେବାକୁ କୌଣସି ପ୍ରକାର ସୁଯୋଗ ହାତଛଡା କରିବାକୁ ଚାହୁଁ ନାହାନ୍ତି । ଏପରି ସ୍ଥିତିରେ ଆଜିର ଏହି ବିଜ୍ଞାପନ ଏବଂ ଗତକାଲିର ବିଜ୍ଞାପନ ମଧ୍ୟ ଦର୍ଶାଉଛି ଆଗକୁ ନିର୍ବାଚନରେ କିଭଳି ଜୋରଦାର ଲଢେଇ ହେବ ।