ଆଜି ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ : ଦେଶର ୭୧ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ କେନ୍ଦ୍ର ସରକାର ଦେବେ ନିଯୁକ୍ତି ପତ୍ର

196

କନକ ବ୍ୟୁରୋ : ଆଜି ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବ ନିଯୁକ୍ତ କର୍ମଚାରୀଙ୍କୁ ସାମ୍ବାଧନ କରିବେ । ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ ।

ଗ୍ରାମୀଣ ଡାକ ସେବକ, ଡାକ ଇନ୍ସପେକ୍ଟର, କମର୍ସିଆଲ କମ୍ ଟିକଟ କ୍ଲର୍କ, ଟ୍ରାକ ମେଣ୍ଟେନାନ୍ସ ଆଦି ପଦବୀ ଗୁଡିକ ପାଇଁ ନିଯୁକ୍ତି ପତ୍ର ଦିଆଯିବ । କେନ୍ଦ୍ର ସରକାରଙ୍କ ନିଯୁକ୍ତି ସୃଷ୍ଟି ଅଭିଯାନ ଅନ୍ତର୍ଜତ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ନବନିଯୁକ୍ତ କର୍ମଚାରୀମାନେ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ କରିବାର ସୁଯୋଗ ପାଇବେ ।