ଋଷ-ୟୁକ୍ରେନ ଯୁଦ୍ଧ ବିବାଦ, ପ୍ରଧାନମନ୍ତ୍ରୀ କରିବେ ଉଚ୍ଚସ୍ତରୀୟ ବୈଠକ

167

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ଅଜି ଚତୁର୍ଥ ଦିନରେ ପହଂଚିଛି । ଏହି କ୍ରମରେ ଋଷ ଦିନକୁ ଦିନ ଜୋରଦାର ଆକ୍ରମଣ କରି ୟୁକ୍ରେନର ବିଭିନ୍ନ ସହରକୁ ଦଖଲ କରିବାରେ ଲାଗିଛି । ସେପଟେ ୟୁକ୍ରେନ ବି ଋଷ ସେନାକୁ କଡା ଟକ୍କର ଦେଉଥିବାର ଦେଖିବାକୁ ମିଳିଛି । ଏହି କ୍ରମରେ ଭାରତର ପ୍ରଧାନମନ୍ତ୍ରୀ ଏନେଇ ନିଜର ଅଭିମୁଖ୍ୟ ସ୍ପଷ୍ଟ କରି ନଥିବା ବେଳେ ଏହି ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବେଠକ କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ କିଏ କିଏ ଯୋଗ ଦେବେ ଓ କାହା ଉପରେ ବିଶେଷ ଭାବେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ ।

କହିରଖୁ କି ୟୁକ୍ରେନରେ ଫଶି ରହିିଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ସ୍ୱଦେଶ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ପାଖା ପାଖି ୧ ହଜାର ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଅଣାଯାଇଛି । ଏହାସହ ଅନ୍ୟ ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ।

 

ସେପଟେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି ସାରା ବିଶ୍ୱକୁ ଅନୁରୋଧ କରିଛନ୍ତି କି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଋଷର ମତଦାନ ଶକ୍ତିକୁ ସମାପ୍ତ କରାଯାଉ ଓ ଜେଲେନସ୍କି ଋଷର ଏଭଳି ଆକ୍ରମଣକୁ ନସରସଂହାରର ଆଖ୍ୟା ଦେଇଛନ୍ତି ।