ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦୀ । ଓଡିଆରେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ । 

ଶପଥ ଗ୍ରହଣ କରାଇଲେ କାମଚଳା ବାଚସ୍ପତି

287

କନକ ବ୍ୟୁରୋ: ଅଷ୍ଟାଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେସନରେ  ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଭିଭାଷଣ ରଖିବା ପରେ ସାଂସଦ ଭାବେ ଶପଥ ନେଲେ । ଶପଥ ଗ୍ରହଣ କରାଇଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ଏହାସହ ଶପଥ ନେଉଛନ୍ତି ଅନ୍ୟ ନବନିର୍ବାଚିତ ସାଂସଦ । ଓଡିଶାରୁ ସମ୍ବଲପୁରରୁ ସାଂସଦ ନିର୍ବାଚିତ ହୋଇ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଓଡିଆରେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ।