ଫାଇଭ-ଟି ସ୍କୁଲରେ ପ୍ଲାଷ୍ଟର ଖସି ଫାଟିଲା ଦିଦିଙ୍କ ମୁଣ୍ଡ, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଓ ସିଆରସି ତ୍ରିଲୋଚନ ବେହେରା ଆହତ

355

କନକ ବ୍ୟୁରୋ : ଫାଇଭ-ଟି ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର । ପ୍ଲାଷ୍ଟର ଖସି ୨ ଜଣ ଆହତ ହୋଇପଡିଛନ୍ତି । ଜଣେ ଶିକ୍ଷୟିତ୍ରୀ ଗୁରୁତର ହୋଇଥିବା ବେଳେ ସିଆରସି ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ତାଳଦା ପଂଚାୟତ ପଢିଆରୀ ବିଦ୍ୟାପୀଠରେ ଏହି ଅଘଟଣ ଘଟିଛି । ବିଦ୍ୟାଳୟ ଅଫିସ ଘରେ ବୈଠକ ଚାଲିଥିବା ବେଳେ ଛାତରୁ ପ୍ଲାଷ୍ଟର ଖସି ପଡିଥିଲା । ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତିଙ୍କ ମୁଣ୍ଡରେ ପ୍ଲାଷ୍ଟର ଖଣ୍ଡ ପଡିଛି । ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଛି । ସେହିଭଳି ସିଆରସି ତ୍ରିଲୋଚନ ବେହେରା ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି । ଆହତ ୨ଜଣଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବାଲିକୁଦା ମେଡିକାଲରେ ଭର୍ତି କରାଯାଇଛି । ପଢିଆରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଏହି ସୂଚନା ଦେଇଛନ୍ତି ।