କଳାହାଣ୍ଡି ଦଣ୍ଡପାଟ ଅଞ୍ଚଳକୁ ମରୁଡି ଘୋଷଣା ଦାବି : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ 

119

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳକୁ ମରୁଡି ଘୋଷଣା ଦାବିରେ ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଧର୍ମଗଡ ବ୍ଲକ ୫ଟି ଗ୍ରାମପଞ୍ଚାୟତକୁ ମରୁଡି ଘୋଷଣା ଦାବି ନେଇ ଦଣ୍ଡପାଟ କୃଷର ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ କରିଛନ୍ତି ।

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବି ପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦଣ୍ଡପାଟ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି ଛାଡ, ଚାଷୀଙ୍କ ରୁଣ ଛାଡ, ଫସଲବୀମା ଆବେଦନ ସମୟ ଅବଧି ବୃଦ୍ଧି, ମେଗା ଲିଫ୍ଟ ପଏଣ୍ଟ ଜରିଆରେ ଜଳ ସେଚନ ସୁବିଧା ଯୋଗାଇ ଦେବାକୁ ଦାବି କରାଯାଇଛି । ସରକାର ଦାବିକୁ ଅଣଦେଖା କଲେ ଆଗୁକ ଚାଷୀ ଆନ୍ଦୋଳନ ତେଜିବ ବୋଲି ଦଣ୍ଡପାଟ କୃଷକ ସଙ୍ଗଠନର ଚାଷୀ ଚେତାବନୀ ଦେଇଛନ୍ତି ।