ଅଘୋଷିତ ବିଦ୍ୟୁତ କାଟ । ଟାଟା ପାୱାର ବିରୋଧରେ ତେଜୁଛି ଅସନ୍ତୋଷ । ବିଦ୍ୟୁତ ବିଲ ପୈଠ କରିବାକୁ ନେଇ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ

155

କନକ ବ୍ୟୁରୋ: ବିଦ୍ୟୁଟ୍ କାଟିବାକୁ ଆସି ହଟହଟା ହେଲେ କର୍ମଚାରୀ । ବିଦ୍ୟୁତ୍ କାଟିବାକୁ ଆସିଥିବା ଦୁଇ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଟାଟା ପାୱାର ଏସଡିଓ ଆସି କ୍ଷମା ମାଗିବା ପରେ କର୍ମଚାରୀଙ୍କୁ ଛାଡିଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଲକ୍ଷ୍ମୀ ନୃସିହ ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରାଜ୍ୟରେ ପାୟ ଅଧିକାଂଶ ଗ୍ରାମାଞ୍ଚଳରେ ପ୍ରତିଦିନ ଘଣ୍ଟା ଘଣ୍ଟା ବିୁଦ୍ୟତ୍ କାଟ ହେଉଛି । କିନ୍ତୁ ବିଲ୍ ପୈଠ କରିବାରେ ବିଳମ୍ବ ହେଲେ ବିଦ୍ୟୁତ୍ କାଟି ଦେଉଛନ୍ତି କର୍ମଚାରୀ । ଏଭଳି ବିଦ୍ୟୁତ୍ କାଟିବାକୁ ଆସିଥିଲେ ଟାଟା ପାୱାରର କର୍ମଚାରୀ । ବିଦ୍ୟୁତ୍ କାଟିବାକୂୁ ଆସିଥିବା ବିଲ କଲେକ୍ଟର ଓ ଲାଇନ ମେନକୁ ଅଟକ ରହିଥିଲେ ଗ୍ରାମବାସୀ । ପରେ ଆସିକା ରୋଡ ଟାଟା ପାୱାର ଏସଡିଓ ଆସି କ୍ଷମା ମାଗିବା ପରେ କର୍ମଚାରୀଙ୍କୁ ଛାଡିଛନ୍ତି ଲୋକେ ।

ସେପଟେ ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ସମ୍ବଲପୁର ଅଇଁଠାପାଲିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଇଛି । ବିଜେପି କର୍ମୀମାନେ ଟାଟା ପାୱାର କାର୍ଯ୍ୟାଳୟକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା । ବିଜେପି କର୍ମୀମାନେ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ଦିନ ହେବ ସମ୍ବଲପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ବାରମ୍ବାର ବିଦ୍ୟୁତ୍ କାଟ ହେଉଛି । ଏହାସହ ଲୋଭୋଲଟେଜ୍ ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି । ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ କିଛି ଶୁଣୁନଥିବା ଅଭିଯୋଗ ହୋଇଛି ।