କଟକ ସିଡିଏ ଜମି ନିଲାମକୁ ନେଇ ବିବାଦ : ବଡବଡିଆଙ୍କୁ ସୁହାଇଲା ଭଳି ନିଲାମ ପ୍ରକ୍ରିୟା ଅଭିଯୋଗ

291

କନକ ବ୍ୟୁରୋ : କଟକ ସହରରେ ଜମି କିଣିବା ସହଜ ହୋଇନଥାଏ । ସେଥିପାଇଁ ସିଡିଏ ତରଫରୁ ସାଧାରଣ ଲୋକଙ୍କୁ ଜମି କିଣିବା ପାଇଁ ନିଲାମ ବ୍ୟବସ୍ଥା କରିଆସୁଛି । କିନ୍ତୁ ଏବେ ସିଡିଏରେ ଜମି ନିଲାମକୁ ନେଇ ବିବାଦ ଦେଖା ଦେଇଛି । ସ୍ଥାନୀୟ ସମାଜସେବୀଙ୍କ ଅଭିଯୋଗ ହେଲା ଯେ ବଡ଼ବଡ଼ିଆଙ୍କୁ ସୁହାଇଲା ଭଳି ନିଲାମ ପ୍ରକ୍ରିୟା କରାଯାଉଛି । ତେଣୁ ଲୋକଙ୍କୁ କିପରି ସହଜରେ ଜମି ଯୋଗାଇ ଦିଆଯିବ, ସେନେଇ ସିଡିଏ ଚେୟାରମ୍ୟାନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସମାଜସେବୀ ଅଭିଯୋଗ କରିଛନ୍ତି ।