ଜୀବନ ନିଃସଙ୍ଗ ନୁହେଁ : ବନ୍ଧୁତ୍ୱକୁ ସ୍ଥାୟୀ କରିବାକୁ ବିବାହ ବନ୍ଧନରେ ବାନ୍ଧିହେଲେ ପାୟଲ-ୟାଶୁ

1,339

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଅନେକ ସମୟରେ ସମଲିଙ୍ଗୀଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଅନ୍ୟଜଣେ ସମଲିଙ୍ଗୀ ବାନ୍ଧବୀଙ୍କ ବିବାହକୁ ନେଇ ଚର୍ଚ୍ଚା । ଏମାନେ ହେଉଛନ୍ତି ପାୟଲ ଓ ୟଶବିକା ।

ପାୟଲ ଲୁଧିୟାନାରେ ଚାକିରି କରୁଥିବାବେଳେ ୟଶବିକା ନୈନିତାଲରେ ଚାକିରି କରନ୍ତି । ପ୍ରଥମେ ଟିକଟକରୁ ଦୁହିଁଙ୍କ ମନ ମାନିଥିଲା । ଏହାପରେ ଆରମ୍ଭ ହୋଇଥିଲା ଚାଟିଙ୍ଗ । ପରେ ଦୁହେଁ ଦୁହିଁଙ୍କୁ ଭେଟିବାକୁ ଇଚ୍ଛା କରିଥିଲେ । ଏହାପରେ କୌଣସି ଘଟଣାକୁ ନେଇ ମନୋମାଳିନ୍ୟ ହୋଇଥିଲା । ୬ ମାସ କାଳ ଦୁହିଁଙ୍କ ମଧ୍ୟରେ କିଛି କଥାବାର୍ତ୍ତା ନଥିଲା । ହେଲେ ଏହି ସମୟ ମଧ୍ୟରେ ପାୟଲଙ୍କୁ ନିଜ ଭୁଲ ଅନୁଭୂତ ହୋଇଥିଲା । ଜୀବନ ଏକାକୀ ବଢିପାରିବ ନାହିଁ ବୋଲି ଅନୁଭବ କରିଥିଲେ ପାୟଲ । ଆଉ ନିଜ ଆଡୁ ୟଶବିକାଙ୍କୁ ଭେଟିବାକୁ ଡାକିଥିଲେ । ଏହାପରେ ୨୦୧୮ରେ ଦୁହିଁଙ୍କର ଭେଟ ହୋଇଥିଲା । ଆଉ କେହି କାହାକୁ ପ୍ରପୋଜ କରିନଥିଲେ । ସିଧା ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ନିଜ ନିଜ ପରିବାରକୁ କହିଥିଲେ । ୟଶବିକାଙ୍କ ପରିବାର ଲୋକେ ଏଥିରେ ରାଜି ହୋଇଥିଲେ ବି ପାୟଲଙ୍କ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ । ବରଂ କୌଣସି ପୁଅକୁ ବିବାହ କରିବ ୟଶକୁ ପାଖରେ ରଖିବାକୁ କହିଥିଲେ । ହେଲେ ପାୟଲ ନିଷ୍ପତ୍ତି ନେଲେ ବିବାହ କରିବେ ତ ୟଶବିକାଙ୍କୁ ।

କେବଳ ଘର ଲୋକ ନୁହଁନ୍ତି ନିଜ ସମ୍ପର୍କକୁ ମାନ୍ୟ ଦେବାକୁ ବାହାର ଲୋକଙ୍କ ସହ ଆଜିଯାଏଁ ସାଲିସ କରିବାକୁ ପଡୁଛି । ଏସବୁ ପ୍ରତିବନ୍ଧକ ଭିତରେ ଦୁହେଁ ଅକ୍ଟୋବର ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ସେମାନେ ଏକ ୟୁଟ୍ୟୁବ ଚ୍ୟାନେଲ କରି ନିଜ ଜୀବନର ସବୁ ଅନୁଭୂତିକୁ ସେୟାର କରୁଛନ୍ତି ।