ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା : ବେଡ୍ ନ ମିଳିବା ଓ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ

157

କନକ ବ୍ୟୁରୋ : ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା । ଢେଙ୍କାନାଳ ହସ୍ପିଟାଲ ଚାରି ମହଲା ଉପରୁ ରୋଗୀ ଜଣକ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଉଛନ୍ତି ଢେଙ୍କାନାଳ ପରଜଙ୍ଗ ଲୋଧଣୀ ଗାଁର ଦୁଯ୍ୟୋଧନ ନାୟକ । ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ କଟକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସେ ସୁସ୍ଥ ହୋଇ ଫେରୁଥିବା ବେଳେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା ।

ତାଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପରିବାର ଲୋକେ ପହଞ୍ଚିବା ବେଳକୁ ସେ ୪ ମହଲାରୁ ଡେଇଁ ଅତ୍ମହତ୍ୟା କରିଦେଇଥିଲେ । ତେବେ କେଉଁ କାରଣରୁ ରୋଗୀ ଜଣକ ଆତ୍ମହତ୍ୟା କରିଛନ୍ତି ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ସେପଟେ ପରିବାର ଅଭିଯୋଗ କରିଛନ୍ତି ଯେ, ହସ୍ପିଟାଲ ବେଡ୍ ନମିଳିବା ସହ ଚିକିତ୍ସାରେ ଅବହେଳା କରାଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।