ଚିଲିକାରେ ସ୍ୱାଭାବିକ ହେଲା ଡଙ୍ଗା ଚଳାଚଳ : ପ୍ରଶାସନ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ୩୫ ମୌଜାର ଆନ୍ଦୋଳନକାରୀ

136

କନକ ବ୍ୟୁରୋ : ରଥଯାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପରେ ଚିଲିକାରେ ସ୍ୱାଭାବିକ୍ ହେଲା ଡଙ୍ଗା ଚଳାଚଳ । ଆନ୍ଦୋଳନରୁ ହଟିଲେ ୩୫ ମୌଜାର ପରିଚାଳନା କମିଟି । କୃଷ୍ଣପ୍ରସାଦ ବ୍ଲକ ବିଡିଓ, ତହସିଲଦାର, ଆଇଆଇସିଙ୍କ ସହ ଆଲୋଚନା ପରେ ଜହ୍ନିକୁଦା ଘାଟ ନିକଟରୁ ଆନ୍ଦୋଳନ ହଟିଛନ୍ତି ୩୫ ମୌଜା ।

ସୂଚନା ଅନୁସାରେ ଗାଁ ଗଣ୍ଡଗୋଳକୁ ନେଇ ଆଳୁପାଟଣା ଗାଁର କିଛି ଯୁବକ ୩୫ ମୌଜାର କମିଟି ସମ୍ପାଦକଙ୍କୁ ମାଡ ମାରିଥିଲେ । ଯାହାକୁ ପ୍ରତିବାଦ କରି ୩ ଦିନ ହେବ ଧାରଣା ଦିଆଯାଇଥିଲା । ଚିଲିକାରେ ବୋଟ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଆଳୁପାଟଣା ଗାଁ ଭୁଲ ନମାଗିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହ୍ଲାଇବେ ନାହିଁ ବୋଲି ୩୫ ମୌଜା ପରିଚାଳନା କମିଟି ସିଧାସିଧା କହିଥିଲେ । ହେଲେ ଆଲୋଚନା ପରେ ସ୍ୱାଭାବିକ ହୋଇଛି ଡ଼ଙ୍ଗା ଚଳାଚଳ ।