ବିଦେଶରେ ଦେଖିବାକୁ ମିଳିଲା ଭାରତୀୟ ସଂସ୍କୃତିର ଝଲକ : ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁଲେ ପାପୁଆ ଗିନି ପ୍ରଧାନମନ୍ତ୍ରୀ ଜେମସ୍ ମାରାପେ

183

କନକ ବ୍ୟୁରୋ : ପପୁଆ ନ୍ୟୁଗିନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ । ଗତକାଲି ସନ୍ଧ୍ୟାରେ ଜାପାନରୁ ସିଧା ପପୁଆ ନ୍ୟୁଗିନି ପହଞ୍ଚିଛନ୍ତି ମୋଦୀ । ବିମାନ ବନ୍ଦରରେ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ସ୍ୱାଗତ କରିଛନ୍ତି ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ପପୁଆ ନ୍ୟୁଗିନି ଗସ୍ତରେ ଯାଇଛନ୍ତି । ପିଏମ ମୋଦୀଙ୍କ ଏହି ସ୍ୱାଗତ ଭିନ୍ନ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କାରଣ ସେହି ଦେଶରେ ସୂର୍ଯ୍ୟାସ୍ତ ପରେ କୌଣସି ଅତିଥୀଙ୍କୁ ସ୍ୱାଗତ କରାଯାଏ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ବ୍ୟକ୍ତି, ଯାହା ପାଇଁ ପପୁଆ ନ୍ୟୁଗିନି ନିଜ ପୁରୁଣା ପରମ୍ପରାକୁ ଭାଙ୍ଗିଛି । ପ୍ରଶାନ୍ତ ମହାସାଗରରେ ଥିବା ଏହି ଦେଶ ସନ୍ଧ୍ୟା ପରେ କୌଣସି ଅତିଥୀଙ୍କୁ ରାଜକୀୟ ସମ୍ମାନରେ ସ୍ୱାଗତ କରନ୍ତି ନାହିଁ । କିନ୍ତୁ ଭାରତର ଗୁରୁତ୍ୱ ଓ ବିଶ୍ୱସ୍ତରରେ ବଢୁଥିବା ମୋଦୀଙ୍କ ଲୋକପ୍ରିୟତାକୁ ଆଖିରେ ରଖି ରାତି ସମୟରେ ରାଜକୀୟ ସମ୍ମାନରେ ସ୍ୱାଗତ କରିବାକୁ ସେଠିକାର ସରକାର ନିଷ୍ପତ୍ତି ନେଇଛନ୍ତି । ପପୁଆ ନ୍ୟୁଗିନିରେ ପ୍ରଧାନମନ୍ତ୍ରୀ ମୋଦୀ ଫୋରମ ଫର ଇଣ୍ଡିଆ ପେସିଫିକ୍ ଇସଲାଣ୍ଡ କୋପୋରେସନର ବା ଏଫଆଇପିଆଇସିର ତୃତୀୟ ସମ୍ମିଳନୀରେ ସାମିଲ ହେବେ ।