ଶୋଏବ ମଲ୍ଲିକଙ୍କୁ ବିବାହ କରିବେ ପାକ୍ ଅଭିନେତ୍ରୀ? ସମ୍ପର୍କକୁ ନେଇ କ’ଣ କହିଲେ ଆୟଶା ଉମର?

228

କନକ ବ୍ୟୁରୋ: ଟେନିସ୍ ସେନ୍ସେସନ୍ ସାନିିଆ ମିର୍ଜା ଓ କ୍ରିକେଟର ଶୋଏବଙ୍କ ବିବାହ ବିଚ୍ଛେଦକୁ ନେଇ କିଛି ଦିନ ହେବ ଖୁବ୍ ଚର୍ଚ୍ଚା ହେଉଛି । ଏନେଇ ପାକ୍ ଗଣମାଧ୍ୟମ ସହ ଉଭୟଙ୍କ ସମ୍ପର୍କୀୟ ମଧ୍ୟ ଦାବି କରିବା ପରେ ଏବେ ଆଉ ଏକ ଖବରକୁ ନେଇ ଚର୍ଚ୍ଚା । ଶୋଏବଙ୍କ ସହ ସମ୍ପର୍କକୁ ନେଇ ପାକ୍ ଅଭିନେତ୍ରୀ ଆୟଶା ଊମରଙ୍କୁ ନେଟିଜେନ୍ସ ଟ୍ରୋଲ କରିବା ପରେ ଏନେଇ ସଫେଇ ରଖିଛନ୍ତି ଅଭିନେତ୍ରୀ ।
ସତରେ କ’ଣ ଶୋଏବଙ୍କ ସହ ବିବାହ କରୁଛନ୍ତି କି ବୋଲି ଜଣେ ୟୁଜର ପ୍ରଶ୍ନ କରିବାରୁ ଆୟଶା କହିଛନ୍ତି ଯେ, ‘ନାଁ ବୁଲକୁଲ ନୁହେଁ । ଶୋଏବ ବିବାହିତ, ଓ ସେ ତାଙ୍କ ପତ୍ନୀ ଓ ପୁଅ ସହ ବେଶ୍ ଖୁସିରେ ଅଛନ୍ତି । ଆମେ ଦୁହେଁ ଭଲ ବନ୍ଧୁ । ମୁଁ ଉଭୟ ଶୋଏବ ଓ ଓ ତାଙ୍କ ପତ୍ନୀ ସାନିଆଙ୍କୁ ଖୁବ୍ ସମ୍ମାନ କରେ । ଆମ ଭିତରେ କେବଳ ବନ୍ଧୁତା ହିଁ ରହିଛି’ ।