ପାକିସ୍ତାନକୁ ଆଇନା ଦେଖାଇଲେ ଜାଭେଦ ଅଖତର : ୨୬/୧୧ ମୁମ୍ବାଇ ଆକ୍ରମଣ ପ୍ରସଙ୍ଗ ଉଠାଇ ସିଧାସଳଖ ଟାର୍ଗେଟ; କହିଲେ..

88

କନକ ବ୍ୟୁରୋ : ପାକିିସ୍ତାନରେ ବସି ପାକିସ୍ତାନକୁ ଭର୍ସନା କଲେ ଭାରତର ଜଣାଶୁଣା ଗୀତିକାର ଜାଭେଦ ଅଖତର । ଲାହୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପହଁଚିଥିଲେ । ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେଇ ୨୬/ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଉଠାଇଥିଲେ ଜାଭେଦ ଓ ପାକିସ୍ତାନକୁ ସିଧାସଳଖ ଦୋଷୀ କହିଥିଲେ । ଜାଭେଦ କହିଥିଲେ ପାକିସ୍ତାନରେ ଖୁଲମଖୁଲ୍ଲା ଆତଙ୍କବାଦୀ ବୁଲୁଛନ୍ତି । ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀବାଦୀ ପାକିସ୍ତାନରେ ବୁଲୁଛନ୍ତି ।

ଏମାନେ ନରୱେ କି ଇଜିପ୍ଟରୁ ଆସିନଥିଲେ ବଂର ପାକିସ୍ତାନର ବୋଲି ଜାଭେଦ କହିଥିଲେ । ଜାବେଦଙ୍କ ଏହି ବୟାନକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସମେତ ଅନେକ ଭାରତୀୟ ପ୍ରଂଶସକ ଖୁବ ପସନ୍ଦ କରିଛନ୍ତି । କଙ୍ଗନା ଟୁଇଟ କରି କହିଛନ୍ତି ପାକିସ୍ତାନ ଭିତରେ ପଶି ପାକିସ୍ତାନକୁ ସାବାଡ କରିଛନ୍ତି ଜାଭେଦ । ସେହପିପରି ଅନେକ ଟୁଇଟର ୟୁର୍ଜର ଜାଭେଦଙ୍କ ପ୍ରଂଶସା କରିଛନ୍ତି । ଏଥି ସହ ଜାଭେଦ କହିଥିଲେ ପାକିସ୍ତାନର ଅନେକ କଳାକାର ଭାରତ ଆସି ନିଜର ଭାଗ୍ୟ ବଦଳାଇଛନ୍ତିି । କିନ୍ତୁ ଭାରତୀୟ କଳାକାର ପାକିସ୍ତାନ ଆସିବାକୁ ଆଦୌ ଇଚ୍ଛୁକ ନୁହଁନ୍ତି ।