ଓଟିପି ସ୍କାମ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ : ରାମଚନ୍ଦ୍ରପୁରର ପ୍ରୀତମଙ୍କୁ ଗିରଫ କଲା ଏସଟିଏଫ୍

233

କନକ ବ୍ୟୁରୋ : ଓଟିପି ସ୍କାମ ମାମଲା । ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ ପ୍ରୀତମ କର । ଯାଜପୁର ରାମଚନ୍ଦ୍ରପୁରର ଏହି ଯୁବକଙ୍କୁ ଏସଟିଏଫ୍ ଗରିଫ କରିଛି । ଏହି ଯୁବକ ପାକିସ୍ତାନର ଆଇଏସଆଇ ଲିଙ୍କରେ ଥିବା ନେଇ ସୂଚନା ପାଇଛି ଏସଟିଏଫ । ଓଡିଶାରେ ପ୍ରି ଆକ୍ଟିଭ ସିମକୁ ବ୍ୟବହାର କରି ଓଟିପି ଗୁଡିକୁ ପାକିସ୍ତାନ ପଠାଯାଉଥିଲା । ଏହି ଓଟିପି ଜରିଆରେ ଅନେକ ଅପରାଧୀ ଓ ଆତଙ୍କବାଦୀ କାର୍ଯ୍ୟକଳାପ କରାଯାଉଥିଲା । ପୂର୍ବରୁ ୪ ଜଣ ଏହି ଓଟିପି ସେୟାରିଂ ମାମଲାରେ ଗିରଫ ହୋଇଥିଲେ । ପ୍ରୀତମ ହ୍ୱାଟସଆପରେ ଅନେକ ଗ୍ରୁପ ତିଆରି କରିଥିଲେ । ଯେଉଁ ଗ୍ରୁପ ମାଧ୍ୟମରେ ଓଟିପି ସେୟାର ହେଉଥିଲା । ଆଜି ଏସଟିଏଫ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।