ନେପାଳରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଓଡ଼ିଆ ପରିବାର । ପତ୍ନୀ, ପୁଅ, ଝିଅଙ୍କ ସହ ନେପାଳ ବୁଲିଯାଇଥିଲେ ଭୁବନେଶ୍ୱର ନିବାସୀ ଅଶୋକ ତ୍ରିପାଠୀ

1,185

କନକ ବ୍ୟୁରୋ: ନେପାଳରେ ମଝି ଆକାଶରେ ନିଖୋଜ ହୋଇଯାଇଛି ବିମାନ । ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଓଡିଆ ପରିବାର । ଏହି ପରିବାରର ଘର ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ । ନେପାଳର ‘ପୋଖରା’ ନାମକ ଏକ ପର୍ଯ୍ୟଟନସ୍ଥଳ ବୁଲିବାକୁ ଯିବାବେଳେ ଆକାଶରେ ନିଖୋଜ ହୋଇଯାଇଥିଲା ଏକ ୪୩ ବର୍ଷର ଘରୋଇ ପୁରୁଣା ବିମାନ । ତେବେ ମୋଟ୍ ୨୨ ଜଣଙ୍କୁ ନେଇ ଯାଉଥିଲା ଏହି ବିମାନ । ଶେଷ ଖବର ସୁଦ୍ଧା ବିମାନର ଭଗ୍ନାବଶେଷ ମୁସ୍ତାଙ୍ଗ ଅଞ୍ଚଳରେ ମିଳିଛି ।

ନେପାଳ ଆର୍ମିର ମୁଖପାତ୍ର କହିଛନ୍ତି, ନିଖୋଜ ବିମାନଟି ଏକ ନଦୀ ପାଖରେ ଦୁର୍ଘଟଣାର ଶିକାର ହୋଇଛି । ମିଳିଥିବା ଶେଷ ଖବର ଅନୁସାରେ, ବର୍ତ୍ତମାନ ଉଦ୍ଧାର କାମ ବନ୍ଦ ରହିଛି, କାରଣ ସେଠାରୁ ବରଫପାତର ଖବର ଆସୁଛି । ଏହି ବିମାନଟି ଆଜି ଆଜି ଭୋର ୪ଟା ୨୨ରେ ପୋଖରାରୁ ଉଡାଣ ଭରିଥିଲା ।

ଅନ୍ୟପଟେ ନେପାଳର ନାଇନ୍ ଏନ-ଏଇଟି ଦୁର୍ଘଟଣାଗ୍ରସ୍ତ ବିିମାନରେ ଥିଲେ ଏକ ଓଡିଆ ପରିବାର । ଯାହାଙ୍କ ଘର ଭୁବନେଶ୍ୱର ଜୟଦେବ ବିହାରରେ । ଏହି ଚାରି ଓଡିଆ ହେଲେ ଅଶୋକ କୁମାର ତ୍ରିପାଠୀ, ପତ୍ନୀ ରିତିକା ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଏବଂ ଝିଅ ବୈଭବୀ ତ୍ରିପାଠୀ । ଆଜି ସକାଳୁ ନେପାଳର ପୋଖରା ବୁଲିବାକୁ ଯିବା ବେଳେ ମଝି ଆକାଶରେ ନିଖୋଜ ହୋଇଯାଇଥିଲା ଏହି ୪୩ ବର୍ଷର ଘରୋଇ ପୁରୁଣା ବିମାନ । ମୋଟ୍ ୨୨ ଜଣଙ୍କୁ ନେଇ ଯାଉଥିଲା ଏହି ବିମାନ । ଯେଉଁଥିରେ ଚାରି ଓଡିଆଙ୍କ ସମେତ ଦୁଇ ଜଣ ଜର୍ମାନୀର, ୧୩ ଜଣ ନେପାଳର ନାଗରିକ ଥିଲେ ବୋଲି ଜଣାପଡିଛି ।

  • ମିଳିଲା ନିଖୋଜ ବିମାନର ପତ୍ତା
  • ନେପାଳର ମୁସ୍ତାଙ୍ଗର କୋୱାଙ୍ଗ ଗାଁରେ ବିମାନର ଭଗ୍ନାବେଶଷ

ନେପାଳର ପୋଖର ଅଭିମୁଖେ ବିମାନଟି ଉଡାଣ ଭରିବା ପରେ ମଝି ଆକାଶରେ ସକାଳ ୧୦ଟା ସମୟରେ ବିମାନ କର୍ତୃପକ୍ଷଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା । ଶେଷଥର ପାଇଁ ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମସୋମ୍ ଆକାଶରେ ଦେଖିବାକୁ ମିଳିଥିଲା । ଏହାପରେ ବିମାନଟିକୁ ଏମଟି ଧଉଳିଗିରି ଅଭିମୁଖେ ଡାଇଭର୍ଟ କରାଯାଇଥିଲା । ଆଉ ତା’ପର ଠାରୁ ବିମାନ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା ।

ବିମାନ ନିଖୋଜ ହେବାପରେ ନେପାଳର ଟେଲିକମ ଡିପାର୍ଟମେଣ୍ଟ ବିମାନର କ୍ୟାପଟେନ ପ୍ରଭାକର ଘିମିରେଙ୍କ ଫୋନ୍ ଜିପିଏସ ଜରିଆରେ ଟ୍ରାକ କରିଥିଲା । ଆଉ ଫୋନଟି ରିଙ୍ଗ ହେବା ପରେ ବିିମାନର ଠିକଣା ବାବଦରେ ସୂଚନା ମିଳିଥିଲା । ପରେ ବିମାନର ଭଗ୍ନାବଶେଷ ମୁସ୍ତାଙ୍ଗ ଅଞ୍ଚଳରେ ମିଳିଛି । ନେପାଳ ଆର୍ମିର ମୁଖପାତ୍ର ନାରାୟଣ ସିଲୱଲା କହିଛନ୍ତି, ନିଖୋଜ ବିମାନଟି ମନପାଥୀ ହିମାଳ ପାଖରେ ଥିବା ଲମଚେ ନଦୀ ପାଖରେ ଦୁର୍ଘଟଣାର ଶିକାର ହୋଇଛି ।