ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା । ପୁଣି ଥରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘରେ ପୋଲିସ

198

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟସରେ ପୁଣି ପୋଲିସ୍ । ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ନେଇ ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା । ପୋଲିସ ଏବେ ଏହି ମାମଲାରେ ତଦନ୍ତ କରିବାକୁ ଆସି ଦ୍ୱିତୀୟ ଥର କ୍ୱାର୍ଟସରେ ପହଞ୍ଚିଛି । ଏହାପୂର୍ବରୁ ପୋଲିସ ଯେତେବେଳେ ତଦନ୍ତ କରିବାକୁ ଆସିଥିଲା କହିଥିଲା, ରଘୁନନ୍ଦନଙ୍କ କ୍ୱାର୍ଟସର ସିସିଟିଭି ଫୁଟେଜ୍ ମଗାଯାଇଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟସ ଭଙ୍ଗାଯାଉଛି । ଏହାର ଭିଜୁଆଲ ନେବା ପାଇଁ ସଂପୃକ୍ତ ସାମ୍ବାଦିକା ରଘୁନନ୍ଦନଙ୍କ କ୍ୱାର୍ଟସରେ ପଶିଥିଲେ । ଏଥିପାଇଁ ସେ ସିକ୍ୟୁରିଟି ଗାର୍ଡଙ୍କ ଅନୁମତି ନେଇଥିବା କହିଥିଲେ ସାମ୍ବାଦିକା । ତେବେ ରଘୁନନ୍ଦନ ଏହାକୁ ଖାରଜ କରିଛନ୍ତି । ବିଜେଡିର ଏହି ପୂର୍ବତନ ବିଧାୟକ କୁକୁର ଛାଡିବାକୁ କହିଥିବା ସ୍ୱୀକାର କରିଛନ୍ତି । ସେ ନିଜେ ପାଲଟା ମାମଲା ଦାୟର କରିବେ ବୋଲି କହିଛନ୍ତି । ବିଜେଡି ନେତାଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ସାମ୍ବାଦିକ ମାନେ ରାଜଧାନୀରେ ଆନ୍ଦୋଳନ କରିଥିଲେ । ଏପରିକି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।