ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା : କହିଲେ ସେ ନୁହେଁ ମୋଦୀ ବିଦେଶରେ କରିଛନ୍ତି ଭାରତର ବଦନାମ

79

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିଜେପିର ଟାର୍ଗେଟ ପରେ ଏହାର କଡା ଜବାବ ରଖିଛନ୍ତି ଏହି କଂଗ୍ରେସ ନେତା । ସେ ବିଦେଶରେ ଭାରତର ଛବି ବଦନାମ କରୁଥିବା କରୁଥିବା ବିଜେପି ନେତାଙ୍କ ଅଭିଯୋଗ ପରେ ରାହୁଲ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ସେ ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ଦେଶକୁ ବଦନାମ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯାଇ ସ୍ୱାଧୀନତାର ୬୦ ରୁ ୭୦ ବର୍ଷ ପରେ ବି ଭାରତରେ କୌଣସି ବିକାଶ ହୋନଇଥିବା କଥା କହିଥିଲେ । ଶନିବାର ଇଣ୍ଡିଆ ଜର୍ନାଲିଷ୍ଟ ଅସୋସିଏସନ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରିପୋର୍ଟରମାନଙ୍କୁ ଏଭଳି କିଛି କହିଛନ୍ତି ରାହୁଲ । ରାହୁଲ କହିଛନ୍ତି ମୋଦୀ ବିଦେଶରେ ଭାତରେ ବହୁ ଦୁର୍ନୀତି ହୋଇଥିବା ନେଇ କହିଥିଲ କିନ୍ତୁ ସେ କେବେ ବି ନିଜ ଦେଶକୁ ଅସମ୍ମାନିତ କରିନାହାଁନ୍ତି ନିକଟରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ରାହୁଲ କହିଥିଲେ, ଚୀନ ଏକ ଶାନ୍ତି ପ୍ରିୟ ଦେଶ ।

ଚୀନ ଭାରତ ବିରୋଧରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି । ଭାରତ ଏଥିପ୍ରତି ସତର୍କ ରହିବା ଆବଶ୍ୟକ । ଭାରତର ଗଣତାନ୍ତ୍ରି ଢାଂଚା ଓ ନିର୍ବାଚନ ବ୍ୟବସ୍ଥାକୁ ସରକାର କବଳିତ କରି ରଖିଛନ୍ତି ଏବଂ ଆମେରିକା ସମେତ ଅନ୍ୟ ରାଷ୍ଟ୍ରମାନେ ଏନେଇ ନିରବ ରହୁଥିବା ନେଇ ରାହୁଲ କହିଛନ୍ତି ।