ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି : କମିଲା କମର୍ସିଆଲ ଏଲପିଜି ଗ୍ୟାସ ଦର

1,275

କନକ ବ୍ୟୁରୋ : ଆରମ୍ଭ ହୋଇଛି ଅଗଷ୍ଟ ମାସ । ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି । କମର୍ସିଆଲ ଏଲପିଜି ଗ୍ୟାସ ଦର କମିଛି । କମର୍ସିଆଲ ଗ୍ୟାସ ଦରରେ ୯୯.୭୫ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ୍ ୧୬୮୦ ଟଙ୍କା ହୋଇଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି ।

ନୂଆଦିଲ୍ଲୀରେ କମରସିଆଲ ସିଲିଣ୍ଡରର ମୂଲ୍ୟ ୧୬୮୦ ଟଙ୍କା ହୋଇଥିବାବେଳେ କୋଲକାତାରେ ଏଲପିଜି ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୩ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ୧୮୦୨.୫୦ ଟଙ୍କାରେ ଏହା ଉପଲବ୍ଧ ହେବ । ମୁମ୍ବାଇରେ ଏହି ସିଲିଣ୍ଡର ବର୍ତ୍ତମାନ ୧୬୪୦.୫୦ ଟଙ୍କାରେ ବିକ୍ରି ହେବ, ଯାହା ଜୁଲାଇ ମାସରେ ୧୭୩୩.୫୦ ଟଙ୍କାରେ ବିକ୍ରି ହେଉଥିଲା ।

ଏଥି ସହିତ ଚେନ୍ନାଇରେ ଏଲପିଜି ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୮୫୨.୫୦ ଟଙ୍କାରେ ଉପଲବ୍ଧ ହୋଇଥିବାବେଳେ ଜୁଲାଇ ମାସରେ ଏହାର ମୂଲ୍ୟ ୧୯୪୫ ଟଙ୍କା ଥିଲା । ଉଲ୍ଲେଖ ଥାଉ କି ମାର୍ଚ୍ଚରୁ ଘରୋଇ ଗ୍ୟାସର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ମାର୍ଚ୍ଚରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

ଦେଶର ରାଜଧାନୀରେ ଘରୋଇ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୧୧୦୩ ଟଙ୍କା ରହିଛି । ଯେତେବେଳେ କି ମୁମ୍ବାଇରେ ୧୧୦୨.୫୦, କୋଲକାତାରେ ୧୧୨୯ ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା ୧୧୧୮.୫୦ ଟଙ୍କାରେ ବିକ୍ରି ହେଉଛି। କେବଳ ଘରୋଇ ଗ୍ୟାସର ମୂଲ୍ୟ ନୁହେଁ, କିଛି ମାସ ଧରି ସିଏନଜି ଏବଂ ପିଏନଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।