‘ପଇସା ଦିଅ, ଚାକିରି ନିଅ’ : ପଞ୍ଚାୟତ ନିର୍ବାହୀ ଅଧିକାରୀ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଅଫର । ୧୪ ଲକ୍ଷ ଟଙ୍କା ମଗାଯାଉଥିବା ନେଇ ଆସିଲା ଅଭିଯୋଗ

1,647

କନକ ବ୍ୟୁରୋ: ପଇସା ଦିଅ, ଚାକିରି ନିଅ । ପଞ୍ଚାୟତ ନିର୍ବାହୀ ଅଧିକାରୀ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଅଫର । ଚାକିରି ପାଇଁ ପରୀକ୍ଷାର୍ଥୀଙ୍କୁ ମାଗାଯାଉଛି ୧୪ ଲକ୍ଷ ଟଙ୍କା । ଆଜି ଦିନ ୧୧ଟାରେ ରାଜ୍ୟର ବିଭିନ୍ନ ସେଣ୍ଟରରେ ଜୁନିଅର ଆସିଷ୍ଟାଣ୍ଡ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଇଁ ପରୀକ୍ଷା ହେବ । ହେଲେ ଏହା ପୂର୍ବରୁ ଚାକିରି ପାଇଁ ଟଙ୍କା ମଗାଯାଇ ଦଲାଲି କରାଯାଉଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରୁ । ଆଜି ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ବାହାରି ଗଲେଣି । ହେଲେ ଏପରି ଖବର ଅନେକ ଛାତ୍ରଛାତ୍ରୀଙ୍କୁ ବ୍ୟଥିତ କରିଛି । ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ ଓ ଅଭିଭାବକ ।