ସୁବର୍ଣ୍ଣରେଖା ସିଷ୍ଟମରେ କୌଣସି ଘାଇ ନାହିଁ, ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ବିଭାଗ : ଜଳସମ୍ପଦ ମନ୍ତ୍ରୀ

95

କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ସ୍ଥିର ରହିଛି । ସଂଧ୍ୟା ସୁଦ୍ଧା ଜଳସ୍ତର କମିବ ନା ବଢିବ ସେ ନେଇ ସୂଚନା ମିଳିବ । ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।

ଜଳ ସମ୍ପଦ ବିଭାଗର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ସୁବର୍ଣ୍ଣରେଖା, ବୈତରଣୀ ଏବଂ ବ୍ରାହ୍ମଣୀ ନଦୀର ସମୀକ୍ଷା ହୋଇଥିଲ।। ଏହାପରେ ମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୂଲ୍ୟବାନ । ବିପନ୍ନଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ପଠାଯାଇଛି । ଏଥିସହ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ଉପରେ ଗୁରୁତ୍ୱ ଦିଆଯାଉଛି । ନାଇଟ ପାଟ୍ରୋଲିଂ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।