ନିଜକୁ ଭୂତଙ୍କ ସଭାପତି ଦାବି କରୁଥିବା ତନ୍ତ୍ର ସାଧକ ଗିରଫ : ପୂର୍ବରୁ ଥିବା ହତ୍ୟା ଉଦ୍ୟମ ମାମଲାରେ ବିପିନ୍ ରାଉତରାୟଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ

390

କନକ ବ୍ୟୁରୋ : ଜେଲ୍ ଗଲେ ଆତ୍ମଘୋଷିତ ଭୂତଙ୍କ ସଭାପତି ବିପିନ ରାଉତରାୟ । ନିଜକୁ ଭୂତଙ୍କ ସଭାପତି ବୋଲି ଦାବି କରି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ଥିଲେ ବିପିନ ରାଉତରାୟ । ୪୦ଲକ୍ଷ ଭୂତ ତାଙ୍କ କଥାରେ ଉଠ୍ ବସ ହେଉଥିବା ବାହାସ୍ଫୋଟ ମାରୁଥିଲେ । ତନ୍ତ୍ରପାଠ କରି ରାଜଧାନୀକୁ ୪୫ମିନିଟ୍ ଅନ୍ଧାର କରିଦେଇଥିବା ଦାବି କରିଥିଲେ । ଏଥିସହ ଜଣେ ପ୍ରତିଷ୍ଠ ରାଜନେତାଙ୍କ ଭୂତ ସହ ସେ ବାର୍ତାଳାପ କରିଥିବା ମଧ୍ୟ ଦାବି କରିଥିଲେ ।

କେବଳ ଏତିକି ନୁହେଁ ମଶାଣୀରେ ଭୂତଙ୍କ ବୈଠକ ବସିବା ବେଳେ ତାଙ୍କୁ ଖୋଜା ପଡୁଥିଲା ଓ ସେ ଉକ୍ତ ବୈଠକରେ ଯୋଗଦେଇ ଭୂତମାନଙ୍କ ସମସ୍ୟା ସମାଧାନ କରୁଥିଲେ ବୋଲି ନିର୍ଭିକତାର ସହ କହି ବୁଲୁଥିଲେ । ପୁରୁଣା ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିଲେ ଆତ୍ମଘୋଷିତ ଭୂତଙ୍କ ସଭାପତି ବିପିନ ରାଉତରାୟ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନନ୍ଦପୁରସ୍ଥିତ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ କାବୁ କରିଛି ପୋଲିସ ।

ଭୂତ ସଭାପତିଙ୍କ ଅପରାଧ ତାଲିକା

– ଆତ୍ମଘୋଷିତ ଭୂତ ସଭାପତିଙ୍କ ନାଁରେ ରହିଛି ଅପରାଧ ମାମଲା
– ପୁରୁଣା ମାମଲାରେ ଫେରାର ଥିଲେ ବିପିନି ରାଉତରାୟ
– ୨୦୧୩ ଓ ୨୦୧୬ରୁ ୩ଟି ମାମଲାରେ ୱାରେଂଟ ରହିଛି
– ଆଇପିସି ୩୦୭ ଅର୍ଥାତ ହତ୍ୟା ଉଦ୍ୟମ ମାମଲା ରୁଜୁ
– ୩୪, ୪୫ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି
– ବେଆଇନ ମାରଣାସ୍ତ୍ର ରଖିବା ମାମଲା ଥିଲା
– ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଭଳି ମାମଲା ରହିଛି
– ଗଣ୍ଡଗୋଳ ମାମଲାରେ ବ୍ଲାଂଙ୍କ ପାୟାରିଂ କରିଥିବା ଅଭିଯୋଗ