ସେନା ନିଯୁକ୍ତିରେ ଓଡ଼ିଶା ପଛୁଆ : ସେନାରେ ଯୋଗଦାନ ମାତ୍ର ୧.୫%; ପ୍ରଶ୍ନ ଏବେ ଅଗ୍ନିପଥ ଯୋଜନାରେ ଲାଭବାନ୍ ହେବେ କି ଓଡ଼ିଆ ଯୁବକ ?

147

କନକ ବ୍ୟୁରୋ : ସାରା ଦେଶରେ ଏବେ ଅଗ୍ନିପଥର ନିଆଁ ଜଳୁଛି । ବିହାର, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଆନ୍ଦୋଳନ ବ୍ୟାପକ ହେଲାଣି । ଏକ ପରିସଂଖ୍ୟନରୁ ଜଣାପଡିଛି, ସେନାବାହିନୀରେ ଓଡିଶାର ଯୋଗଦାନ ଅପେକ୍ଷାକୃତ କମ୍ । ସେନା ନିଯୁକ୍ତିରେ ରାଜ୍ୟଗୁଡିକ ମଧ୍ୟରେ ଷୋଡଶ ସ୍ଥାନରେ ରହିଛି ଓଡିଶା ।

ରାଜ୍ୟର ଜନସଂଖ୍ୟା ପ୍ରାୟ ୬ କୋଟିରୁ ଅଧିକ ଥିବାବେଳେ ଦେଶର ଜନସଂଖ୍ୟାର ଏହା ହେଉଛି ୩.୪ ପ୍ରତିଶତ । କିନ୍ତୁ ସେନବାହିନୀରେ ଓଡିଶାର ନିଯୁକ୍ତି ୧.୫ ପ୍ରତିଶତ । ତେଣୁ ଅଗ୍ନିପଥ ଯୋଜନା ଫଳରେ ଓଡିଆ ଯୁବକ ଲାଭବାନ ହେବା କମ ବୋଲି କୁହାଯାଉଛି ।

– ଚୀନ ପରେ ଭାରତୀୟ ସେନା ବିଶ୍ୱର ଦ୍ୱିତୀୟ ସର୍ବବୃହତ
– ସେନା ସହ ଅନ୍ୟକୁ ମିଶା ମୋଟ ଯବାନ ୨୧ ଲକ୍ଷରୁ ଅଧିକ
– ଏଥିରୁ ମାତ୍ର ୧.୫% ଅର୍ଥାତ ୩୧ ହଜାର ୬୦୦ ଯବାନ ହେଲେ ଓଡିଆ
– ସେନା ନିଯୁକ୍ତିରେ ରାଜ୍ୟଗୁଡିକ ମଧ୍ୟରେ ଓଡିଶା ୧୬ ତମ ସ୍ଥାନରେ
– ଉତ୍ତରପ୍ରଦେଶରୁ ସର୍ବାଧିକ ୨ ଲକ୍ଷରୁ ଅଧିକ ଯୁବକ ସେନାରେ ନିଯୁକ୍ତି ପାଇଛନ୍ତି
– ରାଜ୍ୟରେ ନିଯୁକ୍ତି ପାଇଁ ସମାଜିକ ସଚେତନତାର ଅଭାବ ରହିଛି କି ?
– ସେନା ଯୋଗଦେବା ପାଇଁ ବାତାବରଣ ତିଆରି ହୋଇପାରିନି କି ?
– ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଉପଯୁକ୍ତ ତାଲିମ ବ୍ୟବସ୍ଥା ନାହିଁ କି ?
– ସରକାରୀ ସ୍ତରରେ ବିଶେଷ ପ୍ରୋତ୍ସାନ ମିଳୁନାହିଁ କି ?
– କଳିଙ୍ଗ ରେଜିମେଣ୍ଟ ଗଠନ ପ୍ରସ୍ତାବକୁ ପ୍ରତିରକ୍ଷା ବିଭାଗ ଗୁରୁତ୍ୱ ଦେଉନାହିଁ
– ସ୍ୱତନ୍ତ୍ର ରେଜମେଣ୍ଟ ଅଭାବରୁ ନିଯୁକ୍ତି ହାର ବୃଦ୍ଧି ପାଉନାହିଁ କି ?