ଟ୍ୱିଟର ୟୁଜର୍ସଙ୍କ ବଢିଲା ଚିନ୍ତା: କେବଳ ବ୍ଲୁ ଟିକ୍ ନୁହେଁ ସମସ୍ତ ଟ୍ୱିଟର ୟୁଜର୍ସଙ୍କୁ ଦେବାକୁ ପଡିପାରେ ଚାର୍ଜ

130

କନକ ବ୍ୟୁରୋ: କେବଳ ବ୍ଲୁ-ଟିକ୍ ପାଇଁ ନୁହେଁ ବରଂ ଏଣିକି ଟ୍ୱିଟରର ସବୁ ୟୁଜର୍ସଙ୍କୁ ଚାର୍ଜ ଦେବାକୁ ପଡିବ ।ଏହାସହ ଟ୍ୱିଟର ୟୁଜର୍ସ ମାସରେ ନିର୍ଦ୍ଧାରିତ ସମୟ ପାଇଁ ଟ୍ୱିଟର ବ୍ୟବହାର କରିପାରିବେ । କର୍ମଚାରୀଙ୍କ ସହ ଏଲନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏପରି ଶୁଣିବାକୁ ମିଳୁଛି ।

ଏଲନ୍ ମସ୍କ ଟ୍ୱିଟର ଦାୟିତ୍ୱ ନେବା ପରେ ଏକାଧିକ ପରିବର୍ତ୍ତନ ଦେଖାଦେଇଛି । ପୂର୍ବରୁ ଟ୍ୱିଟରରେ କେବଳ ବ୍ଲୁଟିକ୍ ୟୁଜର୍ସଙ୍କୁ ଚାର୍ଜ ଦେବାକୁ ଏଲନ ଘୋଷଣା କରିଥିବାବେଳେ ଆଗକୁ ସବୁ ଫଲୋୟର୍ସଙ୍କୁ ଟଙ୍କା ଗଣିବାକୁ ପଡିବ ବୋଲି ସୂଚନା ମିଳୁଛି । ଏକଥା ଯଦି ସତ ହୁଏ ତେବେ ବହୁତ ବଡ ପରିବର୍ତ୍ତନ ଦେଖାଯିବ । ସବୁ ଫଲୋୟର୍ସଙ୍କୁ ଚାର୍ଜ ଦେବାକୁ ପଡିପାରେ । ଏହାସହ ବ୍ଲୁଟିକ୍ ପାଇଁ ଅଲଗା ପାଉଣା ଦେବାକୁ ପଡିବ ।

ସୂଚନା ମୁତାବକ, ନିକଟରେ କର୍ମଚାରୀଙ୍କ ସହ ଏକ ଖାସ୍ ବୈଠକ କରିଛନ୍ତି ଏଲନ୍ । ଏଥିରେ ହୋଇଥିବା ଆଲୋଚନା ମୁତାବକ, ଟ୍ୱିଟର ୟୁଜର୍ସ ମାସରେ ନିର୍ଦ୍ଦାରିତ ସମୟ ପାଇଁ ଟ୍ୱିଟର ବ୍ୟବହାର କରିପାରିବେ । ଏହି ସମୟ ଶେଷ ହେବା ପରେ ୟୁଜର୍ସଙ୍କୁ ପୁଣିଥରେ କମ୍ପାନୀ ପ୍ଲାନ ନେବାକୁ ପଡିବ ।