ବଦଳିଲା ନାଇଟ୍ କର୍ଫ୍ୟୁ ସମୟ । ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ।

284

କନକ ବ୍ୟୁରୋ: ସଂକ୍ରମଣ ଦେଖି କରୋନା କଟକଣା କଡାକଡି କଲେ ରାଜ୍ୟ ସରକାର । ଏଣିକି ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏନେଇ ଆଜି ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ତେବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ରାଜ୍ୟରେ ଓମିକ୍ରନର ବଢୁଥିବା ସଂକ୍ରମଣ ଦେଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ଏଣିକି କେବଳ ୧୦୦ ଲୋକଙ୍କୁ ନେଇ ରାଜ୍ୟରେ ବିବାହ ଓ ବ୍ରତଘର ହେବ । ତା ସହିତ ୫୦ ଲୋକଙ୍କୁ ନେଇ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହେବ । ସେହିପରି ମାତ୍ର ୧ ହଜାର ଲୋକଙ୍କୁ ନେଇ ରାଜ୍ୟରେ ଯାତ୍ରା କରିବେ କଳାକାର । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ ସରକାରୀ ଅଫିସ । ଫିଲ୍ମ ହଲ୍ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ରାଜ୍ୟର ସମସ୍ତ ଫିଲ୍ମ ହଲ୍ ଖୋଲାରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।