ଇଣ୍ଟରନେଟରେ ସକ୍ରିୟ ଥିବା ଆତଙ୍କବାଦୀ ଉପରେ କଡ଼ା ନଜର : ସାରା ଦେଶର କିଛି ପୋଲିସ ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଅପରେସନ ଜାରି ରଖିଛି ଏନଆଇଏ

91

କନକ ବ୍ୟୁରୋ : ଇଂଟରନେଟରେ ସକ୍ରିୟ ଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଅପରେସନ ଚଳାଇଛି ରାଷ୍ଟ୍ରିୟ ଯାଂଚ ଏଜେନ୍ସି(ଏନଆଇଏ) । ଦେଶରେ ଲୁଚି ରହି ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ଆଦିରେ ସକ୍ରିୟ ଥିବା ଆତଙ୍କବାଦୀ ଉପରେ କଡ଼ା ନଜର ରଖିଛି ଏନଆଇଏ । କିଛି ବଝା ବଛା ପୋଲିସ ଅଫିସରଙ୍କୁ ନେଇ ଏନଆଇଏ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଉଛି । ୨୪ ଜଣ ପୋଲିସ ଅଧିକାରୀ ଏହି ପ୍ରଶିକ୍ଷଣରେ ସାମିଲ ହୋଇଛନ୍ତି ।

ହ୍ୱାଟସଆପ, ଟେଲିଗ୍ରାମ, ଫେସବୁକ, ଓ ସିକ୍ରେଟ ଚାଟ ଜରିଆରେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିବା ପାଇଁ ଏନଆଇଏ ଚେଷ୍ଟା କରୁଛି ବୋଲି କୋର୍ସ କରୁଥିବା ଜଣେ ଅଧିକାରୀ କହିଛନ୍ତି  । ଆତଙ୍କବାଦୀଙ୍କ ସହ ଜଡ଼ିତ ଗ୍ରୁପ ଉପରେ କିପରି କଡ଼ା ନଜର ରଖାଯାଇ ପାରିବ ସେ ଦିଗରେ ମଧ୍ୟ ଏନଆଇଏ ତତ୍ପର । ଏହାଦ୍ୱାରା ଇଂଟରନେଟ ପ୍ରମାଣକୁ ହସ୍ତଗତ କରି ଅଦାଲତରେ ଯେପରି ଉପସ୍ଥାପନ କରାଯାଇପାରିବ ସେନେଇ ମଧ୍ୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି ।

ଶ୍ରୀଲଙ୍କା ଇଷ୍ଟରରେ ବିସ୍ଫୋରଣ ପରେ ଭାରତରେ ମଧ୍ୟ ଆତଙ୍କବାଦୀ ଆକ୍ରମରଣ ଆଶଙ୍କା ରହିଛି । ଆଇଏସଆଇଏସ ଠାରୁ ଆରମ୍ଭ କରି ଅନ୍ୟ ଆତଙ୍କବାଦୀ ଗ୍ରୁପ ସୋସିଆଲ ମିଡ଼ିଆରେ ଅନ୍ୟ ଦେଶରେ ଥାଇ ଷଡ଼ଯନ୍ତ୍ର ରଚୁଥିବାର ଅଧିକ ସମ୍ଭାବନା ରହିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ କିଛି ସକ୍ରିୟ ଚାର୍ଟ ଗ୍ରୁପ ଦ୍ୱାରା  ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଇଥିବାର ପ୍ରମାଣ ପାଇଥଲା ଏନଆଇଏ । ଆଉ ତା’ପରୁ ଠାରୁ ଏହି ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଦେଇଛି ଏନିଆଇଏ ।