୧୨ ବର୍ଷ ପରେ ପୁଣି ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତ । ରୋହିତ୍ ଶର୍ମାଙ୍କ ଅଧିନାୟିକତ୍ବରେ ଟିମ୍ ଇଣ୍ଡିଆ ଲଗାତାର ଦ୍ବିତୀୟ ଥର ପାଇଁ ଆଇସିସି ଟାଇଟେଲକୁ ନିଜ ନାଁରେ କରିବାରେ ସଫଳ ହେଲା । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଏବଂ ଟିମ୍ ଇଣ୍ଡିଆକୁ ୨୫୨ ରନର ଟାର୍ଗେଟ୍ ଦେଇଥିଲା। ଯାହାକୁ ସଫଳତା ପୂର୍ବକ ପାର୍ କଲା ବ୍ଲୁ ବାହିନୀ ଏବଂ ନ୍ୟୁଜିଲାଣ୍ଡ ଠାରୁ ଛଡ଼ାଇ ନେଲା ଚାମ୍ପିୟନ୍ସ ଟ୍ରଫି ।

Advertisment
Captain
Captain Photograph: (google)

ଖାସ୍ କଥା ହେଉଛି ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଗୋଟିଏ ମ୍ୟାଚ୍ ବି ହାରିନଥିଲା । ଫାଇନାଲ୍ ମ୍ୟାଚର ହିରୋ ହିଟମ୍ୟାନ୍ ରୋହିତ୍ ଶର୍ମା ୮୩ ବଲରେ ୭୬ ରନ୍ କରି ବିଜୟର ବାଟକୁ ସହଜ କରିଥିଲେ । ତେବେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ରୋହିତ୍ ଶର୍ମା କେବଳ ମୈଦାନରେ ନୁହଁ ରୋଜଗାର ମାମଲାରେ ମଧ୍ୟ ଢେର ଆଗରେ ରହିଛନ୍ତି । ହିଟମ୍ୟାନଙ୍କ ନେଟୱର୍ଥକୁ ନେଇ ଗଣମାଧ୍ୟମରେ ଅନେକ ଥର ଚର୍ଚ୍ଚା ହୋଇଛି । ତେବେ ଆସନ୍ତୁ ଜାଣିବା ରୋହିତଙ୍କ ସଂପତ୍ତିର ତାଲିକା କେତେ । 

Rohit family
Rohit family Photograph: (google)

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର A+ ଗ୍ରେଡ୍ ର ଖେଳାଳି କ୍ୟାପଟେନ୍ ରୋହିତ୍ ଶର୍ମା ବାର୍ଷିକ ୭ କୋଟି ଟଙ୍କା ଦରମା ଏହି କଣ୍ଟ୍ରାକ୍ଟ ଜରିଆରେ ପାଇଥାନ୍ତି । ଯଦି ମ୍ୟାଚ୍ ଫିସ୍ କଥା କହିବା , ତେବେ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ପାଇଁ ତାଙ୍କୁ ୧୫ ଲକ୍ଷ ଟଙ୍କା , ୱାନଡେ ମ୍ୟାଚ୍ ପାଇଁ ୬ ଲକ୍ଷ ଏବଂ ଟି-୨୦ ମ୍ୟାଚ୍ ପାଇଁ ୩ ଲକ୍ଷ ଟଙ୍କା ଫିସ୍ ମିଳେ । ମ୍ୟାଚରୁ ହେଉଥିବା ରୋଜଗାର ରୋହିତଙ୍କ ନେଟୱର୍ଥର ଏକ ବଡ଼ ଅଂଶ । ରିପୋର୍ଟ ମୁତାବକ , ରୋହିତଙ୍କ ନେଟୱର୍ଥ ପାଖାପାଖି ୨୧୪ କୋଟି ଟଙ୍କା । ଏତଦ୍ ବ୍ୟତୀତ ହିଟମ୍ୟାନଙ୍କୁ ଆଇପିଏଲରୁ ୧୬ କୋଟି ଟଙ୍କା ମିଳିଥାଏ । ଯଦି କେବଳ କ୍ରିକେଟରୁ ହେଉଥିବା ରୋଜଗାରକୁ ଲକ୍ଷ୍ୟ କରିବା ତେବେ ବାର୍ଷିକ ପାଖାପାଖି ୨୩ କୋଟି ଟଙ୍କା ରୋଜଗାର କରନ୍ତି ରୋହିତ୍ । ଏହି ହିସାବକୁ ଦେଖିଲେ ପ୍ରତିମାସରେ ହିଟମ୍ୟାନଙ୍କ ରୋଜଗାର ୨ କୋଟି ଟଙ୍କା । ଏହାଛଡ଼ା ତାଙ୍କର ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ୍ ରୁ ହେଉଥିବା ଆୟକୁ ଯୋଡିଲେ ମାସିକ ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି ରୋହିତ୍ । 

rohit 5
rohit 5 Photograph: (google)

ତେବେ କେବଳ କ୍ରିକେଟ୍ ହିଁ ନୁହଁ ବଡ଼ ବଡ଼ କମ୍ପାନୀର ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି ରୋହିତ୍ । ହିଟମ୍ୟାନ୍ ଅନେକ ଅନ୍ତର୍ଜାତୀୟ ଏବଂ ଘରୋଇ ବ୍ରାଣ୍ଡ ସହ ମଧ୍ୟ କାମ କରନ୍ତି । ସେ ଅନେକ ବ୍ରାଣ୍ଡର Brand Ambassador ଅଛନ୍ତି । ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ୍ ଲିଷ୍ଟରେ CEAT ଏବଂ Rasna ସହ Oral-B, Swiggy, Ixigo, Max Life Insurance, New Era, Aristocrat ଏବଂ IIFL ଭଳି ବଡ଼ ବଡ଼ କମ୍ପାନୀ ସାମିଲ୍ ରହିଛି । 

hitman
hitman Photograph: (google)

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ୍ ଶର୍ମା ନିବେଶ ମାମଲାରେ ମଧ୍ୟ ଦୁଇ ପାଦ ଆଗରେ । ରିପୋର୍ଟ ମୁତାବକ , ସେ ଅନେକ ଷ୍ଟାର୍ଟଅପରେ ପାଖାପାଖି ୯୦ କୋଟି ଟଙ୍କାର ନିବେଶ କରିଛନ୍ତି । ତାଙ୍କ ଇନଭେଷ୍ଟମେଣ୍ଟ୍ ପୋର୍ଟଫୋଲିଓରେ Rapidobotics ଏବଂ Veiroots Wellness Solutions ଭଳି ଷ୍ଟାର୍ଟଅପ୍ ସାମିଲ୍ ରହିଛି । ଏହାଛଡ଼ା ସେ ମୁମ୍ବାଇରେ CricKingdom ନାମକ ଏକ କ୍ରିକେଟ୍ ଏକାଡେମୀ ମଧ୍ୟ ଚଲାଉଛନ୍ତି ।

ହିଟମ୍ୟାନଙ୍କ ବିଳାସପୂର୍ଣ୍ଣ ଲାଇଫ୍ ଷ୍ଟାଇଲ୍ କଥା କହିଲେ ତାଙ୍କ ଘର ଏବଂ କାର୍ କଲେକ୍ସନ୍ ମଧ୍ୟ ସାମ୍ନାକୁ ଆସେ । ଆପଣଙ୍କୁ କହିରଖୁଛୁ କି ମୁମ୍ବାଇରେ ରୋହିତ୍ ଶର୍ମାଙ୍କ ଘରର ମୂଲ୍ୟ ପାଖାପାଖି ୩୦ କୋଟି ଟଙ୍କା । ତାଙ୍କର ସି-ଭ୍ୟୁ ଆପାର୍ଟମେଣ୍ଟ୍ ୬,୦୦୦ ବର୍ଗଫୁଟ୍ ପର୍ୟ୍ୟନ୍ତ ପ୍ରସାରିତ ହୋଇରହିଛି । କାର୍ କଲେକ୍ସନ୍ କରିବାକୁ ଭଲପାଉଥିବା ରୋହିତଙ୍କ ପାଖରେ ଅନେକ ବ୍ରାଣ୍ଡର କାର୍ ରହିଛି । ରିପୋର୍ଟ ମୁତାବକ , ହିଟମ୍ୟାନଙ୍କ କାର୍ କଲେକ୍ସନ୍ ଭିତରେ Lamborghini Urus ଯାହାର ମୂଲ୍ୟ ପାଖାପାଖି ୪.୧୮ କୋଟି ଟଙ୍କା । Mercedes Benz S Class ଯାହାର ମୂଲ୍ୟ ୧.୫୦ କୋଟି ଟଙ୍କା , Mercedes GLS 400D, BMW M5 ଏବଂ Range Rover HSE LWB ଭଳି ମହଙ୍ଗା କାର୍ ସାମିଲ୍ ହୋଇରହିଛି । ହିଟମ୍ୟାନଙ୍କ ନେଟୱର୍ଥ ହିଁ କହୁଛି କେବଳ ମୈଦାନରେ ନୁହେଁ ସଂପତ୍ତି ମାମଲାରେ ମଧ୍ୟ ଆଗରେ ରହିଛନ୍ତି ରୋହିତ୍ ।