ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଖେଳି ଟିମ୍ ଇଣ୍ଡିଆ ବିଜୟର ମୁକୁଟ ପିନ୍ଧିସାରିଛି । ଟିମର ପ୍ରତିଟି ଖେଳାଳିଙ୍କ ପ୍ରୟାସରେ ବିଜୟର ସ୍ବାଦ ଚାଖିଛି ଭାରତ ଆଉ ମାତ୍ ଖାଇଛି ପାକିସ୍ତାନ । ଦୁବାଇ ମୈଦାନରେ କିଙ୍ଗ୍ କୋହଲିଙ୍କ ଚଉକାମାଡ଼ ଏବଂ ଶତକକୁ କ୍ରିକେଟପ୍ରେମୀ ଭୁରି ଭୁରି ପ୍ରଶଂସା କରୁଛନ୍ତି । କୋହଲି ଯେତେବେଳେ ବ୍ୟାଟ୍ ବୁଲାଇ ରନର ବର୍ଷା କରୁଥିଲେ ପୁରା ଷ୍ଟାଡିୟମ୍ ଇଣ୍ଡିଆ-ଇଣ୍ଡିଆ , କୋହଲି-କୋହଲି ନାରାରେ ପଡ଼ିଲା ଉଠିଲା ।

Advertisment
Romantic virat 1
Romantic virat 1 Photograph: (google)

ବିରାଟ୍ ମଧ୍ୟ ବିନମ୍ରତା ସ୍ବରୂପ ବ୍ୟାଟ୍ କୁ ଉପରକୁ ଉଠାଇ ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ । ଏହାସହ ବେକରେ ପିନ୍ଧିଥିବା ମୁଦିକୁ ସେ ଚୁମ୍ବନ ଦେଇଥିଲେ । ଯାହାକୁ ସେ ସବୁବେଳେ ଚେନ୍ ସହିତ ଲକେଟ୍ ଭଳି ପିନ୍ଧିଥାନ୍ତି । ଯିଏ କ୍ରିକେଟପ୍ରେମୀ ଏବଂ ବିରାଟଙ୍କ ଫ୍ୟାନ୍ ସେମାନେ ଭଲଭାବରେ ଜାଣିଥିବେ ବିରାଟ୍ ପ୍ରତି ମ୍ୟାଚରେ ଯେତେବେଳେ ବି ଶତକ ମାରନ୍ତି ବେକରେ ପିନ୍ଧା ମୁଦିକୁ ଚୁମ୍ବନ ଦିଅନ୍ତି । ତେବେ ସେ ଏମିତି କାହିଁକି କରନ୍ତି ? ବିରାଟଙ୍କ ବେକରେ ଥିବା ମୁଦିର ରହସ୍ୟ କ’ଣ? ଯଦି ଆପଣ ମଧ୍ୟ ମ୍ୟାଚ୍ ଦେଖିଥିବେ ତାହେଲେ ଏ ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚିତ ଆସିଥିବ । ତାହେଲେ ଆସନ୍ତୁ ଜାଣିବା ବିରାଟଙ୍କ ଏଭଳି କରିବା ପଛର କାରଣ । 

viruska
viruska Photograph: (google)

ଶତକ ସମ୍ପୁର୍ଣ୍ଣ କଲା ପରେ ବିରାଟ୍ କୋହଲି ଯେଉଁ ମୁଦିକୁ ଚୁମ୍ବନ ଦିଅନ୍ତି ସେ ହେଉଛି ତାଙ୍କ ନିର୍ବନ୍ଧର ମୁଦି । ଥରେ କମେଣ୍ଟେଟର ହର୍ଷା ଭୋଗଲେ ମ୍ୟାଚ୍ ଚାଲିଥିବା ସମୟରେ କହିଥିଲେ , ଯେ ବିରାଟଙ୍କ ପ୍ରେମର ପ୍ରତୀକ ହେଉଛି ତାଙ୍କ ବେକରେ ଝୁଲୁଥିବା ମୁଦି । ପ୍ରତି ଶତକରେ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଧନ୍ୟବାଦ ଜଣାଇ ମୁଦିକୁ ଚୁମ୍ବନ ଦେଇ କୋହଲି ଏମିତି ହିଁ ନିଜ ପ୍ରେମ ଜାହିର କରନ୍ତି । ଅନେକ ସମୟରେ ପତ୍ନୀ ଅନୁଷ୍କାଙ୍କ ପ୍ରତି ବିରାଟଙ୍କ ପ୍ରେମ ଦେଖିବାକୁ ମିଳେ । ଘଡିସନ୍ଧି ମୁହୂର୍ତ୍ତରେ ଅନୁଷ୍କା ବିରାଟଙ୍କ ସହ ଛାଇ ଭଳି ଛିଡା ହୋଇଥାନ୍ତି । ମ୍ୟାଚରେ ପରାଜିତ ହେଲେ ସାହସର ସହ ସେ ସମୟର ଦୁର୍ବଳ ମୁହୂର୍ତ୍ତକୁ ମୁକାବିଲା କରିବା ପାଇଁ ଦମ୍ଭ ଦିଅନ୍ତି ।

Romantic virat
Romantic virat Photograph: (google)

ଯେତେବେଳେ ବିରାଟ୍ ଅନୁଷ୍କାଙ୍କୁ ଡେଟ୍ କରୁଥିଲେ ସେ ସପୋର୍ଟ କରିବା ପାଇଁ ଷ୍ଟାଡିୟମକୁ ଆସୁଥିଲେ । ଅନେକ ସମୟରେ ଫ୍ୟାନ୍ସ କୋହଲିଙ୍କ ଖରାପ ପ୍ରଦର୍ଶନ ପାଇଁ ଅନୁଷ୍କାଙ୍କୁ ଟ୍ରୋଲ୍ କରିବାକୁ ମଧ୍ୟ ପଛାଉନଥିଲେ । ୨୦୧୫ ବିଶ୍ବକପ୍ ସମୟରେ ଭାରତର ପରାଜୟ ପରେ କୋହଲିଙ୍କୁ ଫ୍ୟାନ୍ସଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ବର୍ତ୍ତମାନ ଚ୍ୟାମ୍ପିୟନ୍ସ ଟ୍ରଫିରେ ଶତକ ପିଟି ଭାରତକୁ ବିଜୟର ସ୍ବାଦ ଚଖାଇ କିଙ୍ଗ୍ କୋହଲି ସଫଳତାର ଶ୍ରେୟ ନିଜ କ୍ବିନଙ୍କୁ ରିଙ୍ଗ୍ କିସ୍ ମାଧ୍ୟମରେ ଦେଇଛନ୍ତି । 

ବିରାଟ୍ ପ୍ରଥମେ ୨୦୧୮ ଜାନୁଆରୀରେ ନିଜ ବେକରେ ପିନ୍ଧିଥିବା ମୁଦିକୁ କିସ୍ କରିଥିଲେ । ସେତେବେଳେ ସେ ସାଉଥ୍ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନରେ ୧୫୩ ରନ୍ କରି ନିଜ ଲେଡିଲକ୍ ଙ୍କୁ ନିଆରା ଅନ୍ଦାଜରେ ପ୍ରେମ ଜାହିର କରିଥିଲେ । ଏହାର ଠିକ୍ ପୂର୍ବରୁ ସେ ୨୦୧୭ ଡିସେମ୍ବର ୧୧ ତାରିଖରେ ଇଟାଲୀରେ ଅନୁଷ୍କାଙ୍କ ସହ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ଆଜିର ସମୟରେ ଏହି ଦମ୍ପତିଙ୍କ ଦୁଇ ସନ୍ତାନ ଅଛନ୍ତି । କେବେ ପୂଜାପାଠରୁ ଦୂରେଇ ରହୁଥିବା ବିରାଟ୍ ଆଜିର ସମୟରେ ଲେଡିଲଭଙ୍କ ପାଇଁ ମନ୍ଦିରଠୁ ଆରମ୍ଭ କରି କୀର୍ତ୍ତନ , ବାବା ପ୍ରେମାନନ୍ଦଙ୍କ ସତସଙ୍ଗ ଶୁଣିବାକୁ ମଧ୍ୟ ଆଧ୍ୟାତ୍ମିକ ସ୍ଥାନକୁ ଯାଉଛନ୍ତି । ତେବେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଇନଷ୍ଟାଗ୍ରାମରେ ବିରାଟଙ୍କ ଫଟୋ ସେୟାର୍ କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇବା ସହ ସ୍ବାମୀଙ୍କୁ ପ୍ରେମ ଜାହିର କରିଛନ୍ତି । 

Romantic virat 11
Romantic virat 11 Photograph: (google)