୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ! 
ଯାଜପୁର ଲଜ୍ଜା , ଅଭିଯୁକ୍ତ ଗିରଫ 
ବନ୍ଧା ହେଲେ ଟ୍ୟୁସନ୍ ସାର୍ 
ଦୋକାନ ଭିତରେ ଦୁଷ୍କର୍ମ ! 
ପୁଣି ବାରଙ୍ଗ ଲଜ୍ଜା 
ହଷ୍ଟେଲରେ ଛାତ୍ରୀ ହେଲେ ମାଆ  

Advertisment
naari
naari Photograph: (google)

ସବଳା , ସଶକ୍ତ , ସୁରକ୍ଷିତ ଏଭଳି ଓଜନଦାର୍ ଶବ୍ଦର ମୁକୁଟ ପ୍ରସ୍ତୁତ କରି ନାରୀ ମୁଣ୍ଡରେ ଅଭିଷିକ୍ତ କରାଏ ତଥାକଥିତ ସମାଜ । ଆଉ ତାଳି ମାରି କୁହେ ହାପି ୱମେନ୍ସ ଡେ’ । ନିକଟରେ ଗଲା ଅନ୍ତର୍ଜାତୀୟ ମହିଳା ଦିବସ । ଇତ୍ୟ ଅବସରରେ ଅନେକ କାର୍ଯ୍ୟକ୍ରମରେ ନାରୀର ଉପଲବ୍ଧିକୁ ସ୍ମରଣ କରାଗଲା । ଇତିହାସର ପୃଷ୍ଠା ଓଲଟାଇ ରାଜନୀତି , ସାମାଜିକ ,କ୍ରୀଡା , ସାମରିକ ଭଳି ବିଭିନ୍ନ କ୍ଷେତ୍ରରେ ସଫଳ ମହିଳା ବ୍ୟକ୍ତିତ୍ବଙ୍କୁ ଭୁରି ଭୁରି ପ୍ରଶଂସା କରାଗଲା , ୱମେନ୍ ଇକ୍ବାଲିଟି ବିଷୟରେ ଆଲୋଚନା କରାଗଲା । ଯୁଗେ ଯୁଗେ ନାରୀକୁ କେତେ ସମ୍ମାନ ଦେଇଛି ଏ ସମାଜ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଚର୍ଚ୍ଚା ହେଲା । ଯୋଦ୍ଧା , ଯାୟା , ଜନନୀ ନାରୀର ଅନେକ ରୂପକୁ ସଲାମ୍ କଲା ଏ ସମାଜ ।

women Love
women Love Photograph: (google)

ସମାଜର ତାଳିରେ ଖୁସି ହେଲା ନାରୀ । ଉପହାର ,ଫୁଲତୋଡାର ସମ୍ଭାରରେ ନାରୀ ଓଠରେ ଖେଳିଗଲା ଚେନାଏ ହସ । ସମାଜକୁ ଧନ୍ୟବାଦର ମିଠେଇ ଖୁଆଇ ମନରେ ଥିବା ଅଜସ୍ର ପ୍ରଶ୍ନକୁ ପ୍ରତିଥର ଭଳି ମନରେ ହିଁ ମାରିଦେଲା ନାରୀ । କିନ୍ତୁ ବର୍ତ୍ତମାନର ସମୟରେ କ’ଣ ସତରେ ନାରୀ ସୁରକ୍ଷିତ ? ଯଦି ଏହି ପ୍ରଶ୍ନର ଉତ୍ତର ହଁ ତେବେ ପ୍ରତି ୨ , ୩ ଦିନ ଥରେ କାହିଁକି ନ୍ୟୁଜ୍ ହେଡଲାଇନରେ ଶୁଭୁଛି ନାରୀର ଚିତ୍କାର ? ଦେଶର ରାଜଧାନୀ ଯେତେବେଳେ ନିର୍ଭୟା କାଣ୍ଡକୁ ଦେଖିଲା ସେତେବେଳେ କେବଳ ଦିଲ୍ଲୀ କାହିଁକି ସାରା  ଦେଶର ଆଖିରୁ ଝରିଆସିଥିଲା ରକ୍ତର ଲୁହ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା , କ’ଣ ଭୁଲ୍ ଥିଲା ସେ ଝିଅଟିର ? ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଏହାରି ଭିତରେ କେତେ ଅନ୍ତର୍ଜାତୀୟ ମହିଳା ଦିବସ ଚାଲିଗଲାଣି ତାର ଠିକଣା ନାହିଁ । କିନ୍ତୁ ଉତ୍ତର ଏଯାଏଁ ପାଇପାରିଲାନି ସମାଜ । ଆଉ ପାଇଲା ତ ବି କ’ଣ , ନିର୍ଭୟା ଭଳି ଆହୁରି ଅନେକ ପୀଡିତାଙ୍କ ନାଁ । 

Rape
Rape Photograph: (google)

ଉନ୍ନାଓ ଭଳି ଛୋଟ ଗାଁରୁ ଆରମ୍ଭ କରି ସିଟି ଅଫ୍ ଜଏ କୁହାଯାଉଥିବା କୋଲକାତାର ବଡ଼ କଲେଜ୍ ଶୁଣିଲା ନାରୀର ବିକଟାଳ ଚିତ୍କାର । ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ଯୁବ ସମାଜ । ମହମବତୀର ମାର୍ଚ୍ଚ ଭିତରେ ମାଗିଲା ମହିଳା ପାଇଁ ନ୍ୟାୟ । ହେଲେ ମିଳିଲା କେବଳ ତାରିଖ ପରେ ତାରିଖ । 

Girl
Girl Photograph: (google)

ମହିଳା ଦିବସର କଥା ଯେତେବେଳେ ଆମେ କହୁଛୁ ସେତେବେଳେ ନାବାଳିକାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମଧ୍ୟ ଆଲୋକପାତ କରିବାର ସମୟ ଆସିଛି । ଯୌନରାକ୍ଷସଙ୍କ ଲୋଲୁପ ଦୃଷ୍ଟିରୁ କେମିତି ବଞ୍ଚିବ ଜଣେ ନାବାଳିକା ? ୨୦୨୪ ଅକ୍ଟୋବର ୬ ତାରିଖରେ ଏକ ଖବର ଆସିଲା ଯାଜପୁର ମଙ୍ଗଳପୁରରୁ , ଦୋକାନକୁ ଜିନିଷ ଆଣିବାକୁ ଯାଇଥିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୋକାନ ଭିତରକୁ ଟାଣି ନେଇ ଦୁଷ୍କର୍ମ .. ଏହାର କିଛି ଦିନ ପରେ ବରୀରେ ଜଣେ ୭ ବର୍ଷର କୁନିଝିଅକୁ ହୋଇଥିଲା ଦୁଷ୍କର୍ମ । ଏତିକିରେ ମେଣ୍ଟିନଥିଲା ଯୌନରାକ୍ଷସଙ୍କ ତୃଷ୍ଣା । ଗତବର୍ଷ ନଭେମ୍ବର ମାସରେ ପାରାଦୀପ କୁଜଙ୍ଗରେ ଜଣେ ଦିବ୍ୟାଙ୍ଗ ଝିଅକୁ ଘରକୁ ଡାକି କରାଯାଇଥିଲା ଦୁଷ୍କର୍ମ । ଠିକ୍ ସେମିତି ପଦ୍ମପୁରରେ ୫ ବର୍ଷର କୁନିଝିଅକୁ ଦୁଷ୍କର୍ମ ପରେ ହତ୍ୟା , ବାରଙ୍ଗରେ ୬ ବର୍ଷର କୁନିଝିଅକୁ ସଂପର୍କୀୟର ଦୁଷ୍କର୍ମ । ଖୋର୍ଦ୍ଧା ନାଚୁଣୀରେ ସପ୍ତମ ଶ୍ରେଣୀର ଛାତ୍ରୀକୁ ଦୁଷ୍କର୍ମ କରି ଗୁରୁ-ଶିଷ୍ୟ ସଂପର୍କରେ କଳଙ୍କ ଲଗାଇଥିଲା ଟିଉସନ୍ ସାର୍ । ରାଜ୍ୟର କୋଣ ଅନୁକୋଣରୁ ପୀଡିତାର ଚିତ୍କାର ଶୁଭୁଥିବା ବେଳେ ମାଲକାନଗିରିରେ ଚିତ୍କାର ସହ ଶୁଭିଥିଲା କୁଆଁ କୁଆଁର ସ୍ବର । ହଷ୍ଟେଲ୍ ଛାତ ଉପରେ ସନ୍ତାନ ଜନ୍ମ ଦେଇଥିଲେ ଦଶମ ଶ୍ରେଣୀର ଜଣେ ଆଦିବାସୀ ଛାତ୍ରୀ ।  

girly
girly Photograph: (google)

ସରକାର ଉପରେ ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଲା , ରାଜରାସ୍ତାରେ ନ୍ୟାୟ ଦାବି ପାଇଁ ଧାରଣାର ପ୍ରତିଯୋଗିତା ଚାଲିଲା । କିଏ କେତେ ଜୋରରେ ଚିହ୍ଲାଇ ନାବାଳିକା ପାଇଁ ନ୍ୟାୟ ମାଗୁଛନ୍ତି ସାରା ଓଡ଼ିଶା ଦେଖିଲା .. ହେଲେ ଏଥିରେ ଲାଭ କ’ଣ ହେଲା ? ସରକାର-ବିରୋଧୀଙ୍କ ନିନ୍ଦାର କାଦୁଅ ଫୋପଡ଼ା ଭିତରେ ନ୍ୟାୟର ପାଖ ମାଡ଼ିପାରିଲାନି ପୀଡ଼ିତା । ବିକ୍ଷୋଭକାରୀଙ୍କ କୋଳାହଳ ଭିତରେ ଦବିଗଲା ପୀଡିତାର କାନ୍ଦ । ଆଉ ପ୍ରଶ୍ନ ଉଠିଲା କ’ଣ ରାଜ୍ୟରେ ସତରେ ନାବାଳିକା ସୁରକ୍ଷିତ? ନା ସେକ୍ସ ଏଜୁକେସନ୍ ଦେବାରେ ପଛୁଆ ପଡୁଛି ରାଜ୍ୟ? ଏହି ଗମ୍ଭୀର ପ୍ରସଙ୍ଗରେ ଚିନ୍ତା କରିବାର ସମୟ ଆସିଛି । ଘରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ କୁନି କୁନିଝିଅଙ୍କୁ ଯୌନଶିକ୍ଷାର ଜ୍ଞାନ ଦିଆଯାଉଛି ନା ଲାଜକଥା କହି ଅଣଦେଖା କରଯାଉଛି? ଯୌନପିପାସୁଙ୍କ ବିକୃତ ମାନସିକତାକୁ ଆମେ ପଢିପାରିବାନି ସତ କିନ୍ତୁ ଆମ ଝିଅକୁ ସେତିକି ଜ୍ଞାନ ଦେଇପାରିବା ଯେ ପ୍ରକୃତରେ ଜାଣିପାରିବ କେଉଁଟା ଗୁଡଟଚ୍ ଆଉ କେଉଁଟା ବ୍ୟାଡଟଚ୍ । ପାଠପଢାରେ ସିଲାବସକୁ ଯେତେ ଗୁରୁତ୍ବ ଦିଆଯାଉଛି ସମାନ ଭାବେ ଯୌନଶିକ୍ଷାକୁ ମଧ୍ୟ ଗୁରୁତ୍ବ ଦେବା କଥା । 


ସମାଜ ନାରୀକୁ କରତାଳିରେ ସମ୍ମାନ କରୁଛି ସତ କିନ୍ତୁ ସୁରକ୍ଷା କବଚର ମଞ୍ଜିକୁ କେଉଁଠାରେ ରୋପଣ କରିବ ତାର ଶିକ୍ଷା ଏଯାଏଁ ଭଲରେ ଦେଇନାହିଁ । ଅତଏବ ସମାଜ ଯେତେବେଳେ ନାରୀକୁ ସୁରକ୍ଷା କବଚ ପିନ୍ଧାଇ କରତାଳି ମାରିବ ଏବଂ କହିବ ହାପି ୱମେନ୍ସ ଡେ’ ସେତେବେଳେ ପ୍ରକୃତରେ ଜଣେ ନାରୀ ଅନ୍ତରରୁ ହସିବ । ଆଉ ମୁକ୍ତ ବିହଙ୍ଗ ପରି ଅନୁଭବ କରିବ ।