ଟିମ୍ ଇଣ୍ଡିଆର ଦ୍ରୁତ ବୋଲର୍ ମହମ୍ମଦ ସାମିଙ୍କୁ ନେଇ ଅଲ୍ ଇଣ୍ଡିଆ ମୁସଲିମ୍ ଜମାତର ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ୍ ରଜୱି ବରେଲବୀ ଟିପ୍ପଣୀ ଦେଇଛନ୍ତି । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି । ମୌଲାନାଙ୍କ କହିବାନୁସାରେ , ‘ମହମ୍ମଦ ସାମି ଖେଳ ସମୟରେ ରୋଜା ପାଳନ ନ କରି ଭୁଲ୍ କରିଛନ୍ତି । ଜଣେ ସଚ୍ଚା ମୁସଲିମଙ୍କ କର୍ତ୍ତବ୍ୟ ହେଉଛି ରମଜାନରେ ‘ରୋଜା’ ବା ଉପବାସ ରଖିବା । ଯଦି ଜଣେ ସୁସ୍ଥ ପୁରୁଷ ବା ମହିଳା ରୋଜା ପାଳନ କରୁନାହାନ୍ତି ତାହେଲେ ଏହା ଏକ ବଡ଼ ଅପରାଧ । ଇଣ୍ଡିଆନ୍ କ୍ରିକେଟର ଜଣେ ଲୋକପ୍ରିୟ ବ୍ୟକ୍ତିତ୍ବ ହେଉଛନ୍ତି ମହମ୍ମଦ ସାମି । ମ୍ୟାଚ୍ ଚାଲିଥିବା ସମୟରେ ସେ ପାଣି ବା ଜୁସ୍ ପିଇଥିଲେ ଯାହାକୁ ସବୁ ଲୋକ ଦେଖୁଥିଲେ । ଯଦି ସେ କ୍ରିକେଟ୍ ଖେଳୁଛନ୍ତି , ଏହାର ଅର୍ଥ ସେ ସୁସ୍ଥ ଅଛନ୍ତି । ରମଜାନ୍ ଭଳି ପବିତ୍ର ସମୟରେ ମଧ୍ୟ ସେ ରୋଜା ରଖିନାହାନ୍ତି ଏବଂ ଜୁସ୍ ପିଇଦେଇଛନ୍ତି । ରୋଜା ରଖିବା ବଦଳରେ ଏନର୍ଜି ଡ୍ରିଙ୍କ୍ ପିଇବା ଲୋକଙ୍କ ଉପରେ ଭୁଲ୍ ସନ୍ଦେଶ ପକାଇବ ।’

Advertisment
shami
shami Photograph: (google)

ମୌଲାନା ଶହାବୁଦ୍ଦିନ୍ ରଜୱି ବରେଲବୀ କହିଛନ୍ତି , ଯେ ସାମି ରୋଜା ନକରି ଏକ ବଡ଼ ଅପରାଧ କରିଛନ୍ତି । ତାଙ୍କୁ ଏଭଳି କରିବାର ନଥିଲା । ଇସଲାମ୍ ନଜରରେ ଏହା ଏକ ଅପରାଧ , ଆଲ୍ଲାଙ୍କୁ ଏହାର ଜବାବ୍ ଦେବେ ସାମି । ଆପଣଙ୍କୁ ଏଠାରେ କହିରଖୁଛୁ କି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ୍ ମ୍ୟାଚ୍ ସମୟରେ କ୍ରିକେଟର ଏନର୍ଜି ଡ୍ରିଙ୍କ୍ ସେବନ କରୁଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । କିଛି କ୍ରିକେଟପ୍ରେମୀ ଏହାକୁ ସମର୍ଥନ କରି କହିଥିଲେ , ଖେଳ ସମୟରେ ଶୋଷ ଲାଗିଲେ ମଣିଷ କ’ଣ କରିବ ; ଏଭଳି ସ୍ଥିତିରେ ସାମି ରୋଜା ନ ରଖି କିଛି ଭୁଲ୍ କରିନାହାନ୍ତି । ଜଣେ ୟୁଜର ଲେଖିଲେ , ଧର୍ମରୁ ବଡ଼ ଦେଶ ହୋଇଥାଏ । ସାମି ଦେଶକୁ ରିପ୍ରେଜେଣ୍ଟ୍ କରୁଛନ୍ତି ତେଣୁ ଏନର୍ଜି ଡ୍ରିଙ୍କ୍ ପିଇବା କିଛି ଭୁଲ୍ ନୁହଁ । ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ୍ ମ୍ୟାଚ୍ ସମୟରେ ଅଷ୍ଟ୍ରେଲିଆ ବିପକ୍ଷରେ ସାମି ୧୦ ଓଭରରେ ୪୮ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ସେ କପୁର କୋନୋଲୀ , ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏବଂ ନାଥନ୍ ଏଲିସଙ୍କର ୱିକେଟ୍ ନେଇଥିଲେ ।

ଆପଣଙ୍କୁ କହିରଖୁଛୁ କି ୱାନଡେ ବିଶ୍ବ କପ୍ ୨୦୨୩ ରେ ମହମ୍ମଦ ସାମି ଆହତ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ସର୍ଜରୀ କରିବାକୁ ପଡ଼ିଥିଲା । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସେ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ମୈଦାନକୁ ଫେରିଥିଲେ ।