ଶେଷ ହୋଇଛି ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ । ଚାମ୍ପିୟନ୍ସ ଟ୍ରଫିର ପଞ୍ଚମ ମ୍ୟାଚରେ ବିଜୟର ମୁକୁଟ ପିନ୍ଧିଛି ଭାରତ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମ୍ୟାଚରେ ଚାଲିଥିବା ଖେଳରେ ବାଜିମାତ୍ କରିଛି ଭାରତ । ୬ ୱିକେଟ୍ରେ ମାତ୍ ଖାଇଛି ପାକିସ୍ତାନ । ଟାର୍ଗେଟର ପିଛା କରି, ଟିମ୍ ଇଣ୍ଡିଆ ୪୫ ବଲ୍ ବାକି ଥାଇ ବିଜୟ ହାସଲ କରିଛି । ପାକିସ୍ତାନ ଦେଇଥିବା ୨୪୨ ରନର ଟାର୍ଗେଟକୁ ପିଛା କରି କିଙ୍ଗ୍ କୋହଲି ୧୦୦ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ ।
/kanak/media/media_files/2025/02/25/BjApNJqyiBplOO7JcKKP.jpg)
କୋହଲି ବିଜୟୀ ଚୌକା ମାରିବା ସହିତ ଶତକ ମଧ୍ୟ ପୂରଣ କରିଛନ୍ତି ଏବଂ ଏହାରି ଭିତରେ ହରଭଜନ ସିଂ କହିଥିବା ଭବିଷ୍ୟବାଣୀ ମଧ୍ୟ ସତ ହୋଇଛି । ମ୍ୟାଚର ଦିନକ ପୂର୍ବରୁ ଭଜି କହିଥିଲେ ଯେ ଏ ମ୍ୟାଚ୍ ବିରାଟଙ୍କ ମ୍ୟାଚ୍ ହେବ , ବିରାଟ ଫର୍ମରେ ନଥିଲେ ମଧ୍ୟ ସେ ଯଦି ଥରେ ବ୍ୟାଟ୍ ବୁଲାଇଦେବେ ରନର ବର୍ଷା ହେବ ଏବଂ ସତକୁ ସତ ଭଜିଙ୍କ କଥାକୁ ସତ କରି ଦେଖାଇଛନ୍ତି ବିରାଟ୍ । ପାକିସ୍ତାନ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିରେ ବିରାଟ କୋହଲିଙ୍କ ବ୍ୟାଟ୍ ଯେମିତି ରନର ବର୍ଷା କରିଥିଲା । କୋହଲି ବଲରେ ଶତକୀୟ ପାଳି ଖେଳିଥିଲେ । ଦୀର୍ଘଦିନ ଧରି ଫର୍ମକୁ ଫେରିବାର ସଂଘର୍ଷ କରୁଥିଲେ କୋହଲି , ହେଲେ ପାକିସ୍ତାନ ବିପକ୍ଷରେ ଫର୍ମକୁ ଫେରିବା ପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଆହୁରି ଶକ୍ତିଶାଳୀ ହୋଇଛି ।
/kanak/media/media_files/2025/02/25/HgPw5fOmGQT2VDwJpSho.jpg)
ମ୍ୟାଚ୍ ପରେ ବିରାଟଙ୍କ ବ୍ୟାଟିଂ ଚର୍ଚ୍ଚା ତ ଜୋର୍ ଧରିଛି , କିନ୍ତୁ ଖାଲି ବ୍ୟାଟିଂ ନୁହଁ କୋହଲିଙ୍କ ଖେଳୁଆଡ ମନୋବୃତ୍ତିକୁ ନେଇ ମଧ୍ୟ ବେଶ୍ ଆଲୋଚନା ଚାଲିଛି । କିଙ୍ଗ୍ କୋହଲି ବ୍ୟାଟିଂ କରିବା ପୂର୍ବରୁ ପଡ଼ିଆରେ ଯେତେବେଳେ ଫିଲ୍ଡିଂ କରୁଥିଲେ, ସେତେବେଳେ ସେ ଏପରି କିଛି କରିଛନ୍ତି ଯାହା ଇଣ୍ଟରନେଟରେ ଟ୍ରେଣ୍ଡିଂ ବିଷୟ ପାଲଟିଛି । ଆଉ ଚର୍ଚ୍ଚାର କାରଣ ହେଉଛନ୍ତି ବିରୋଧୀ ଦଳର ଖେଳାଳି ନସୀମ ଶାହ । ନସୀମ ଯେତେବେଳେ ବ୍ୟାଟିଂ କରିବାକୁ ମୈଦାନକୁ ଆସିଥିଲେ, ସେତେବେଳେ ସେ ବିରାଟଙ୍କଠାରୁ ସାହାଯ୍ୟ ମାଗିଥିଲେ । ତାଙ୍କ ଜୋତାର ଫିତା ଢିଲା ହୋଇଯାଇଥିବା କଥା ସେ କୋହଲିଙ୍କୁ କହିଥିଲେ । ଯେହେତୁ ବ୍ୟାଟ୍ସମ୍ୟାନ୍ ଙ୍କ ପାଇଁ ପ୍ୟାଡ୍ ସହିତ ଜୋତା ଲେସ୍ ବାନ୍ଧିବା ମୁସ୍କିଲ୍ ହୋଇଥାଏ , ତେଣୁ ସେ ବିରାଟଙ୍କୁ ଲେସ୍ ବାନ୍ଧିବାକୁ କହିଥିଲେ । ତତକ୍ଷଣାତ୍ କୋହଲି ନିଜ ସ୍ପୋର୍ଟସମ୍ୟାନସିପ୍ ପରାକାଷ୍ଠା ଦେଖାଇ ବିପକ୍ଷ ଖେଳାଳି ନସୀମଙ୍କ ଜୋତାର ଲେସ୍ ବାନ୍ଧିଥିଲେ । ଯାହାର ଫଟୋ ଏବେ ଇଣ୍ଟରନେଟରେ ଝଡ଼ ପରି ଭାଇରାଲ୍ ହେଉଛି । ୟୁଜର୍ସ କୋହଲିଙ୍କ ଏଭଳି ମନୋବୃତ୍ତିକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । କ୍ରିକେଟପ୍ରେମୀ କୋହଲିଙ୍କୁ ସ୍ପିରିଟ୍ ଅଫ୍ କ୍ରିକେଟ୍ ଦର୍ଶାଇ ଭୁରି ଭୁରି ପ୍ରଶଂସା କରିଛନ୍ତି ।
ଆପଣଙ୍କୁ କହିରଖୁଛୁ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟସ୍ ଜିତିଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲା । ପାକିସ୍ତାନ ୨୪୧ ରନରେ ଅଲଆଉଟ୍ ହୋଇଯାଇଥିଲା । ମ୍ୟାଚରେ ସାଉଦ୍ ଶକିଲ୍ ପାକିସ୍ତାନ ପାଇଁ ସର୍ବାଧିକ ୬୨ ରନ୍ ସଂଗ୍ରହ କରିଥିବା ବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ । ଭାରତ ପାଇଁ କୁଲଦୀପ ଯାଦବ ସର୍ବାଧିକ ୩ ଟି ୱିକେଟ୍ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨ ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ସେ ପ୍ରଥମେ ବାବର ଆଜମ ଏବଂ ପରେ ସାଉଦ୍ ଶକିଲଙ୍କୁ ନିଜର ଶିକାର କରିଥିଲେ।