ସୁସ୍ଥ ଶରୀର ପାଇବାକୁ ହେଲେ ଆବଶ୍ୟକ ପଡ଼େ ସୁସ୍ଥ ଖାଦ୍ୟର ଆଉ ଏହି ସୁସ୍ଥ ଖାଦ୍ୟ ଜନ୍ମ ନିଏ ସବୁଜ ପରିବାରୁ । ପିଲାଟି ବେଳରୁ ଆମେ ପାଠ ବହିରେ ପଢିଆସିଛେ ତଟକା ପରିବା ଖାଇବା , ସୁସ୍ଥ ଆମେ ରହିବା । ସବୁଜ ତଟକା ପରିବା ଖାଇବାକୁ ଡାକ୍ତର ମଧ୍ୟ ପରାମର୍ଶ କରିଥାନ୍ତି । କୋବି , ବିନ୍ , ମଟର , ଗାଜର , ବିଟ୍ ଆଦି ଅନେକ ପରିବା ଆମ ଶରୀରକୁ ବଳ ଯୋଗାଇବାର କାମ କରନ୍ତି । ଏହିସବୁ ପରିବା ଖାଇବା ଦ୍ବାରା ଅନେକ ରୋଗରୁ ମଧ୍ୟ ଉପସମ ମିଳିଥାଏ । ତେବେ କେବଳ ପରିବା ନୁହଁ ଠାକୁରଙ୍କ ପାଖରେ ଲଗାଯାଉଥିବା କିଛି ଫୁଲ ମଧ୍ୟ ମଣିଷ ଶରୀର ପାଇଁ ମହୌଷଧିର କାମ କରିଥାନ୍ତି । ଏଲୋପାଥିକ୍ ଔଷଧର ଆବିଷ୍କାର ପୂର୍ବରୁ ମଣିଷ ଆୟୁର୍ବେଦ ଉପରେ ନିର୍ଭର କରୁଥିଲା । ଜଙ୍ଗଲ ଜାତ ଜଡିବୁଟି , ଫଳ , ଫୁଲକୁ ନେଇ ପ୍ରସ୍ତୁତ ହେଉଥିବା ଔଷଧ ମଣିଷ ପାଇଁ ଅମୃତ ସାଜୁଥିଲା । ସମୟ ଲାଗୁଥିଲା ସତ କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେବାର ଗ୍ୟାରେଣ୍ଟି ରହୁଥିଲା । ବର୍ତ୍ତମାନ ଏଲୋପାଥିକର ଯୁଗ , ଆୟୁର୍ବେଦ ଔଷଧର ସୁଫଳକୁ ଅପେକ୍ଷା କରିବା ପାଇଁ କାହା ପାଖରେ ସମୟ ନାହିଁ । କିନ୍ତୁ କିଛି ଲୋକ ଏବେବି ଆୟୁର୍ବେଦକୁ ଗଳାର ମାଳି କରି ରଖିଛନ୍ତି । ଆଖି ବନ୍ଦ କରି ବାଡ଼ି ବଇଦକୁ ଭରସା କରୁଛନ୍ତି । ଆଉ ଏହି ବାଡ଼ି ବଇଦଙ୍କ ଭିତରେ ଆସେ ଗୋଟିଏ ନୀଳ ରଙ୍ଗର ଫୁଲ , ଯାହା ଦେହ ପାଇଁ ବରଦାନ ସଦୃଶ । ଫୁଲଟିର ନାଁ ହେଉଛି ‘ଅପରାଜିତା’ ।

Advertisment
aparajita 11
aparajita 11 Photograph: (google)

ବାଡ଼ି ବଗିଚାରେ ଫୁଟୁଥିବା ନୀଳ ରଙ୍ଗର ଅପରାଜିତା ଫୁଲ ଦେଖିବାକୁ ଯେତିକି ସୁନ୍ଦର, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । ପୂଜାରେ ବ୍ୟବହୃତ ହେଉଥିବା ଏହି ନୀଳରଙ୍ଗର ଫୁଲକୁ ଲୋକେ ଗରମ ପାଣିରେ ଫୁଟାଇ ଚା’ କରି ମଧ୍ୟ ପିଇଥାନ୍ତି । ଯାହାକୁ ବ୍ଲୁ ଟି କୁହାଯାଏ । ଅପରାଜିତା ଫୁଲରେ ଥିବା ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସର ଗୁଣ ଅନେକ ରୋଗରେ ଆରାମ ଦେବାରେ ସାହାଯ୍ୟ କରେ । ଏହି ଫୁଲକୁ କଞ୍ଚାରେ ଚୋବାଇ ଖାଇଲେ ମଧ୍ୟ ଅନେକ ସୁଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଅପରାଜିତା ଫୁଲ କଞ୍ଚାରେ ଖାଇଲେ ସ୍ବାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ ପଡ଼େ ?  

flower A
flower A Photograph: (google)
Fit
Fit Photograph: (google)

ଆୟୁର୍ବେଦ ଅନୁସାରେ ଅପରାଜିତା ଫୁଲରୁ ପ୍ରସ୍ତୁତ ଚା' କିମ୍ବା କଞ୍ଚା ଅପରାଜିତା ଫୁଲଟିଏ ଯଦି ଆପଣ ଖାଆନ୍ତି, ତେବେ ବ୍ଲଡ ସୁଗାର ଲେବଲ୍ ବହୁତ ଶୀଘ୍ର ନିୟନ୍ତ୍ରଣକୁ ଆସିଥାଏ । କାରଣ ଏହି ଫୁଲରେ ଆଣ୍ଟି ଡାଇବେଟିକ୍ ଗୁଣ ରହିଛି, ଯାହା ଇନ୍ସୁଲିନ୍‌କୁ ବାଲାନ୍ସ କରି ଡାଏବେଟିସ୍‌କୁ ନିୟନ୍ତ୍ରଣରେ ରଖେ । ଯଦି ଆପଣ ପ୍ରତିଦିନ ଅପରାଜିତା ଫୁଲକୁ ଚୋବାଇ ଖାଆନ୍ତି, ତେବେ ଡାଏବେଟିସ୍ ନିୟନ୍ତ୍ରଣରେ ରହିବ ।

Raw
Raw Photograph: (google)

ଏହି ଫୁଲ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ । ଅପରାଜିତା ଫୁଲକୁ ଚୋବାଇ ଖାଇଲେ ମେଟାବୋଲିଜିମ୍ ବଢ଼ିଥାଏ, ଯେଉଁ କାରଣରୁ ଓଜନ ଶୀଘ୍ର କମିଥାଏ । ଯେଉଁ ବ୍ୟକ୍ତି ନିଜ ବର୍ଦ୍ଧିତ ଓଜନକୁ ନେଇ ଚିନ୍ତାରେ ରୁହନ୍ତି ତାଙ୍କ ପାଇଁ ଅପରାଜିତା ଫୁଲ ମହୌଷଧୀ ସାବ୍ୟସ୍ତ ହେବ । ଏହି ନୀଳରଙ୍ଗର ଫୁଲକୁ ସେବନ କରି ଆପଣ କ୍ୟାନ୍ସରର ଆଶଙ୍କାକୁ ମଧ୍ୟ କମ୍ କରିପାରିବେ । ଏହାର କାରଣ ହେଉଛି ଏହି ଫୁଲରେ ଥିବା ଆଣ୍ଟିଅକ୍ସିଡେଣ୍ଟ କ୍ୟାନ୍ସର ସେଲ୍ସଗୁଡ଼ିକୁ ବଢ଼ିବାରୁ ରୋକିଥାଏ ।


ଅପରାଜିତା ଫୁଲରେ ଥିବା ପୋଷକ ତତ୍ତ୍ୱ ହୃଦରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ । ଯଦି ଆପଣ ପ୍ରତିଦିନ ଏହି ଫୁଲ ଚୋବାଇ ଖାଆନ୍ତି, ତେବେ ବ୍ଲଡ ପ୍ରେସର ଏବଂ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରହିବା ସହିତ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଯାଏ ।