ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲ୍ ଅର୍ଥାତ୍ ମାର୍ଚ୍ଚ ୯ ତାରିଖ ରବିବାର ଦିନ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଫାଇନାଲ୍ କ୍ରିକେଟ୍ ମ୍ୟାଚ୍ । ଉଭୟ ଟିମ୍ ଅନ୍ତିମ ମ୍ୟାଚ୍ ପାଇଁ ଜୋରସୋରରେ ଲାଗିଛନ୍ତି । କିନ୍ତୁ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍ ର ମୁଣ୍ଡବ୍ୟଥା କଲା ଭଳି ଖବର ସାମ୍ନାକୁ ଆସୁଛି । ଆଉ ଏହି ଖବର ଇଣ୍ଡିଆନ୍ କ୍ରିକେଟ୍ ଟିମର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲିଙ୍କୁ ନେଇ ବୋଲି ଜଣାପଡିଛି । ଏକ ରିପୋର୍ଟ ମୁତାବକ , ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ସେସନ୍ ସମୟରେ କିଙ୍ଗ୍ କୋହଲିଙ୍କୁ ଆଘାତ ଲାଗିଛି । ବିରାଟଙ୍କୁ ଏହି କ୍ଷତ ବ୍ୟାଟିଙ୍ଗ୍ ସମୟରେ ଲାଗିଥିବାର ସୂଚନା ମିଳୁଛି । ଯାହା ପରେ ସେ ଅଭ୍ୟାସ ମ୍ୟାଚକୁ ମଝିରେ ରୋକିଥିବାର ଖବର ଆସିଥିଲା । ଡାକ୍ତରୀ ଟିମ୍ କୋହଲିଙ୍କ ଚିକିତ୍ସାରେ ଲାଗିପଡ଼ିଛନ୍ତି । 

Advertisment
kohli 555
kohli 555 Photograph: (google)

ଆଣ୍ଠୁରେ ବଲ୍ ଲାଗିବାରୁ ଆହତ ହେଲେ କୋହଲି 

ପାକିସ୍ତାନୀ ମିଡିଆର ଏକ ରିପୋର୍ଟ ମୁତାବକ ଆଇସିସି ଏକାଡେମୀରେ ଅଭ୍ୟାସ ସମୟରେ ବିରାଟ୍ ଙ୍କ ଆଣ୍ଠୁରେ ବଲ୍ ବାଜିଥିଲା । ଏହାପରେ ସେ ଆଘାତ ହୋଇ ଖେଳକୁ ଅଧାରେ ଛାଡ଼ିଥିଲେ ଏବଂ ଡାକ୍ତରୀ ଫିଜିଓ ଟିମ୍ କିଙ୍ଗ୍ କୋହଲିଙ୍କ ଚିକିତ୍ସାରେ ଲାଗିପଡ଼ିଲେ । କୋହଲି ଚିକିତ୍ସା ପରେ ଆଉ ଅଭ୍ୟାସ ବଜାୟ ରଖିପାରିଲେ ନାହିଁ କିନ୍ତୁ ଟିମ୍ ସଦସ୍ୟଙ୍କ ସହ ମୈଦାନରେ ହିଁ ଅଭ୍ୟାସ ମ୍ୟାଚ୍ ଦେଖିଲେ । 

kohli 23
kohli 23 Photograph: (google)

ଫାଇନାଲ୍ ମ୍ୟାଚ୍ ପାଇଁ ଫିଟ୍ ଅଛନ୍ତି କୋହଲି 

ବିଗତ କିଛି ସମୟ ଧରି ବିରାଟ କୋହଲିଙ୍କ ଫିଟନେସ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ସେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଖେଳିପାରି ନଥିଲେ । ତେବେ ଏକ ରିପୋର୍ଟ ଅନୁସାରେ କୋହଲିଙ୍କ ଆଘାତ ସେତେ ଗୁରୁତର ନୁହେଁ । ଭାରତୀୟ ଟିମ୍ ସପୋର୍ଟ ଷ୍ଟାଫ୍ କହିଛନ୍ତି ଯେ କୋହଲି ଫାଇନାଲ୍ ପାଇଁ ଫିଟ୍ ଅଛନ୍ତି ଏବଂ ସେ ମ୍ୟାଚ୍ ଖେଳିବେ ।

ind
ind Photograph: (google)

ଭାରତ ପାଇଁ ସର୍ବାଧିକ ରନ୍

ଯଦି ଦଳ ଟାଇଟଲ୍ ଜିତିବାକୁ ଚାହୁଁଛି ତାହେଲେ କୋହଲି ଫିଟ୍ ହୋଇ ଖେଳିବା ଟିମ୍ ଇଣ୍ଡିଆ ପାଇଁ ବହୁତ ଜରୁରୀ । ଏହି ଟୁର୍ଣ୍ଣାମେଣ୍ଟରେ କୋହଲିଙ୍କ ବ୍ୟାଟ୍ ଲଗାତାର ଭଲ ପ୍ରଦର୍ଶନ କରୁଛି ଏବଂ ସେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ପାକିସ୍ତାନ ବିପକ୍ଷରେ ସେ ୧୦୦ ରନ୍ କରି ଦଳକୁ ଜିତାଇଥିଲେ । ଏହାପରେ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୮୪ ରନ୍ କରି ଦଳକୁ ଜିତାଇ ଫାଇନାଲରେ ପହଞ୍ଚାଇଥିଲେ । କୋହଲି ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୪ଟି ପାରି ଖେଳି ୨୧୭ ରନ୍ କରିଛନ୍ତି ।