ହନ୍ତସନ୍ତ କଲାଣି ଗ୍ରୀଷ୍ମଋତୁ । ବଢିଲାଣି ତାତିର ପ୍ରକୋପ । ଟାଇଁ ଟାଇଁ ଖରା ସାଙ୍ଗକୁ ପ୍ରବଳ ଗରମରେ ସନ୍ତୁଳି ହେଉଛି ପୂରା ଦେଶ । ଏସି , କୁଲର୍ , ଫ୍ରିଜ୍ ,ଫ୍ୟାନ୍ ସବୁର ବଢିଛି ଭାଉ । ଦ୍ବିପ୍ରହର ହେଲେ ପଦାକୁ ଗୋଡ଼ କାଢିବାକୁ ଯେମିତି ଇଚ୍ଛା ହେଉନି । ଥଣ୍ଡାପାନୀୟ , ପଖାଳ କଂସା , ଘୋଳଦହି ସବୁକୁ ଯେମିତି ଗଳାର ମାଳି କରିବାକୁ ପଡୁଛି । ଫ୍ରିଜର ଥଣ୍ଡା ପାଣି ଦେହ ପାଇଁ ଭଲ ନଥିଲେ ମଧ୍ୟ ପେଟକୁ ଥଣ୍ଡା ରଖିବା ପାଇଁ ବାଧ୍ୟ ହୋଇ ଫ୍ରିଜ୍ ପାଣିକୁ ଢକ ଢକ କରି ପିଇବାକୁ ପଡୁଛି ।
/kanak/media/media_files/2025/04/05/D1VU6K985dG0IpTUeTBj.jpg)
ଏହି ଋତୁ ଖାଲି ଗରମ , ଗୁଳୁଗୁଳି ନେଇ ଆସେନି ବରଂ ଥକ୍କାପଣ, ଡିହାଇଡ୍ରେସନ୍, ମୁଣ୍ଡ ବୁଲାଇବା ଏବଂ ପେଟ ସମ୍ବନ୍ଧୀୟ ରୋଗ ଭଳି ଅନେକ ସମସ୍ୟା ମଧ୍ୟ ନେଇଆସେ । ଏଭଳି ସ୍ଥିତିରେ ଶରୀରକୁ ଥଣ୍ଡା ଏବଂ ଡିହାଇଡ୍ରେସନ୍ ରଖିବା ନିହାତି ଜରୁରୀ । ଏହି କାରଣରୁ ଲୋକ ଗ୍ରୀଷ୍ମରେ ଥଣ୍ଡା ଏବଂ ପୋଷଣରେ ଭରପୂର ଦେଶୀ ଡ୍ରିଙ୍କ୍ସ ପିଇବାକୁ ପସନ୍ଦ କରନ୍ତି । ଭାରତରେ ଗ୍ରୀଷ୍ମଋତୁରେ ୨ ଟି ଜୁସକୁ ଲୋକ ଅଧିକ ପିଇବାକୁ ପସନ୍ଦ କରନ୍ତି । ଗୋଟିଏ ହେଉଛି ଆଖୁରସ ଏବଂ ଅନ୍ୟଟି ହେଉଛି ବେଲପଣା । ତେବେ ବେଳେବେଳେ ମନକୁ ପ୍ରଶ୍ନ ଆସେ ଯେ ପ୍ରକୃତରେ ଖରାଦିନେ ଏହି ୨ ଟି ଜୁସରୁ କେଉଁ ଜୁସଟି ଦେହ ପାଇଁ ଅଧିକ ଲାଭଦାୟକ ? ଯଦି ଆପଣଙ୍କ ମନରେ ମଧ୍ୟ ଏ ପ୍ରଶ୍ନ ଆସୁଛି ତାହେଲେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା ।
/kanak/media/media_files/2025/04/05/sbnbnzuhVhuUFq2Z4H4k.jpg)
୧ . ଆଖୁ ରସ :
ଆଖୁରସରେ ପ୍ରାକୃତିକ ଚିନି ମହଜୁଦ ହୋଇଥାଏ , ଯାହା ଥକ୍କା ଶରୀରକୁ ତୁରନ୍ତ ଏନର୍ଜୀ ପ୍ରଦାନ କରେ । ଅନ୍ୟପକ୍ଷରେ ଗରମରେ ଆଖୁରସ ଶରୀରକୁ ଥଣ୍ଡା କରିବାରେ ସାହାଯ୍ୟ କରେ ଏବଂ ଲୁ’ ହେବାକୁ ବଞ୍ଚାଏ । ଏହା ଲିଭର୍ ପାଇଁ ମଧ୍ୟ ବହୁତ ଲାଭଦାୟକ । ଖାସ୍ କରି ଜଣ୍ଡିସ୍ ସମୟରେ ଆଖୁରସ ଦେହ ପାଇଁ ଭଲ ବୋଲି କୁହାଯାଏ । ଯଦି ଆପଣଙ୍କୁ ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଦେଉଛି ଯେମିତିକି ପାଚନ କ୍ରିୟାରେ ଅସୁବିଧା ତଥା ପେଟ ଜ୍ବଳନ ସମସ୍ୟା ହେଲେ ଆଖୁରସ ପିଇପାରିବେ । ଆଣ୍ଟିଅକ୍ସିଡେଣ୍ଟସରେ ଭରପୂର ଆଖୁ ତ୍ବଚାକୁ ଉଜ୍ଜ୍ବଳ କରିଥାଏ ।
/kanak/media/media_files/2025/04/05/n5quzg0xpuhMFjWLysSR.jpg)
୨ . ବେଲ ପଣା :
ଖରାଦିନେ ଘରେ ଘରେ ପ୍ରସ୍ତୁତ ହେଉଥିବା ବେଲ ପଣା ପିଇବାକୁ ଯେତେ ସ୍ବାଦିଷ୍ଟ , ଦେହ ପାଇଁ ମଧ୍ୟ ସେତେ ଲାଭଦାୟକ । ଅନ୍ତଃନଳୀକୁ ସଫା କରିବାରୁ ଆରମ୍ଭ କରି ପେଟର ଗରମ,ଗ୍ୟାସ୍ ,କୋଷ୍ଠକାଠିନ୍ୟ ଏବଂ ଡାଇରିଆ ଭଳି ସମସ୍ୟାରୁ ମୁକ୍ତି ଦିଏ ବେଲ ପଣା । ଯାହା ଆଭ୍ୟନ୍ତରରୁ ଶରୀରକୁ ଥଣ୍ଡା ରଖିଥାଏ । ଏହାକୁ ପିଇବା ଦ୍ବାରା ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ହୋଇଥାଏ ଏବଂ ବ୍ୟାକ୍ଟେରିଆରୁ ଲଢ଼ିବା ପାଇଁ ସାହସ ଦେଇଥାଏ । ଶରୀରରୁ ଟକ୍ସିନ୍ ବାହାର କରି ମେଟାବଲିଜ୍ଜମକୁ ଠିକ୍ ରଖିଥାଏ ।
/kanak/media/media_files/2025/04/05/4Sdywg8MouWyYq2QwTs9.jpg)
ଗ୍ରୀଷ୍ମ ତଥା ଗରମରେ ଯଦି ଆପଣ ଲମ୍ବା ସମୟ ଧରି ବାହାରେ ରହୁଛନ୍ତି ଏବଂ ଥକ୍କାପଣ କିମ୍ବା ଏନର୍ଜୀ କମ୍ ହେଲା ଭଳି ଅନୁଭବ କରୁଛନ୍ତି ତାହେଲେ ଆଖୁରସ ଆପଣଙ୍କ ଶରୀର ପାଇଁ ଲାଭଦାୟକ ରହିବ । ଅନ୍ୟପକ୍ଷରେ ଯଦି ଆପଣଙ୍କ ପେଟ ଗରମ ରହୁଛି ,ପାଚନ କ୍ରିୟା ଠିକରେ ହୋଇପାରୁନାହିଁ ,କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଉଛି କିମ୍ବା ଆପଣ ଆଭ୍ୟନ୍ତରରୁ ଶରୀରକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି ତାହେଲେ ବେଲ ପଣା ପିଇବା ଭଲ ।