ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL) ଖାଲି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ହୋଇନାହିଁ ବରଂ ଏହା ବ୍ୟବସାୟ ଫେଷ୍ଟିଭାଲ୍ ମଧ୍ୟ ପାଲଟି ସାରିଛି । ଭାରତର ଅନେକ ବଡ଼ ବଡ଼ କମ୍ପାନୀ ତାଙ୍କ କର୍ମଚାରୀଙ୍କୁ କାମ ସହିତ IPL ର ମଜା ଉଠାଇବା ପାଇଁ ମଧ୍ୟ ସୁବିଧା ଦେଉଛନ୍ତି । ଆଉ ଏଥିପାଇଁ କର୍ପୋରେଟ୍ ସେକ୍ଟରର ଅଫିସ୍ ଭିତରେ IPL ଦେଖିବାକୁ ନେଇ ଖାସ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ବଡ଼ ବଡ଼ କମ୍ପାନୀ ନିଜର ଲାଭ କରିବା ସହ ଆଇପିଏଲର ଭଲ ରୋଜଗାର କେମିତି କରୁଛନ୍ତି ।
/kanak/media/media_files/2025/04/05/kZJnDyyJ0Ld9m4YDVU7L.jpg)
IPL ଖେଳରୁ ହେଉଛି ବ୍ୟବସାୟ :
ୱାର୍କ ଫ୍ରେଣ୍ଡଲି IPL ସ୍କ୍ରିନିଙ୍ଗ୍ : ଏହି ସବୁ କମ୍ପାନୀ ଅଫିସରେ ଲାଇଭ୍ ମ୍ୟାଚ୍ ସ୍କ୍ରିନିଙ୍ଗର ବ୍ୟବସ୍ଥା କରିଥାଏ । ଯାହାଦ୍ବାରା କର୍ମଚାରୀ ଉଭୟ କାମକୁ କାମ କରିବେ ଏବଂ ଖେଳକୁ ଖେଳ ଦେଖିବେ ।
ଫନ୍ ଆକ୍ଟିଭିଟି ଏବଂ କୁଇଜ୍ : IPL ସହ ଜଡ଼ିତ ଥିବା କୁଇଜ୍ , ଗେମ୍ସ ଏବଂ ପ୍ରଡକ୍ସନ୍ ଲିଗ୍ ମଧ୍ୟ କର୍ମଚାରୀଙ୍କ ଭିତରେ ଲୋକପ୍ରିୟ ହେଉଛି ।
ଫ୍ଲେକ୍ସିବଲ୍ ୱାର୍କିଙ୍ଗ୍ ଆୱାର୍ : କିଛି କମ୍ପାନୀ IPL ର ରାତ୍ରିକାଳୀନ ମ୍ୟାଚକୁ ଧ୍ୟାନରେ ରଖି କର୍ମଚାରୀଙ୍କୁ ମନମୁତାବକ ଅଫିସ୍ ସ୍କେଡ୍ୟୁଲ୍ ଅଫର୍ କରୁଛନ୍ତି ।
କର୍ପୋରେଟ୍ ସେକ୍ଟରକୁ କାହିଁକି ପସନ୍ଦ IPL ?
ଟିମ୍ ସ୍ପିରିଟ୍ ଏବଂ ଏଙ୍ଗେଜମେଣ୍ଟ୍ : କମ୍ପାନୀ ଅନୁସାରେ IPL କର୍ମଚାରୀଙ୍କ ମଧ୍ୟରେ ଟିମୱାର୍କକୁ ମଜଭୁତ କରିଥାଏ ।
ବ୍ୟବସାୟ ଏବଂ ବ୍ରାଣ୍ଡିଙ୍ଗ୍ ପାଇଁ ବଡ଼ ମଉକା : IPL ସମୟରେ ବିଭିନ୍ନ ବ୍ରାଣ୍ଡକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାର ବଡ଼ ମଉକା ମିଳିଥାଏ ।
କଷ୍ଟମର ଏଙ୍ଗେଜମେଣ୍ଟ୍ : ଅନେକ କମ୍ପାନୀ IPL ଜରିଆରେ ଗ୍ରାହକଙ୍କୁ ସ୍ପେଶାଲ୍ ଅଫର୍ ଦେଇଥାଏ ।
କର୍ପୋରେଟ୍ ସଂସ୍କୃତିରେ IPL ର ନୂଆ ଟ୍ରେଣ୍ଡ୍ :
ବର୍ତ୍ତମାନ ଆଇପିଏଲ୍ କେବଳ ପ୍ରଶଂସକଙ୍କ ମଧ୍ୟରେ ସୀମିତ ହୋଇନାହିଁ , ବରଂ ଅଫିସ୍ କଲ୍ଚରରେ ମଧ୍ୟ ନିଜକୁ ସାମିଲ୍ କରିଛି । Dream Sports ନିଜ କାର୍ଯ୍ୟାଳୟର ସବୁ ଫ୍ଲୋରରେ ଲାଇଭ୍ ମ୍ୟାଚର ସ୍କ୍ରିନିଙ୍ଗ୍ ବ୍ୟବସ୍ଥା କରିଛି । କର୍ମଚାରୀଙ୍କ ପାଇଁ ନୂଆ ନୂଆ ଗେମ୍ସ ଭଳି ଏଆଇ-ପାୱାର୍ଡ ବଡି ମୋସନ୍ ବ୍ୟାଲେସିଙ୍ଗ୍ , MetaShot କ୍ରିକେଟ୍ , ‘Catch The Ball’ ଏବଂ ‘Bowl Out Challenge’ ଆୟୋଜିତ କରାଯାଇଛି । ଏହାଛଡ଼ା , କର୍ମଚାରୀଙ୍କୁ ନିଜ ମନପସନ୍ଦ ଦଳର ଜର୍ସି ପିନ୍ଧିବା ପାଇଁ ମଧ୍ୟ କମ୍ପାନୀ ପ୍ରେରିତ କରୁଛି ।