ପ୍ରଚଣ୍ଡ ଖରାରେ ସନ୍ତୁଳି ହେଉଛି ଭାରତ । ରାଜ୍ୟରେ ମଧ୍ୟ ଦିନକୁ ଦିନ ବଢୁଛି ତାତି । ଦିନବେଳା ଘରୁ ଗୋଡ଼ ବାହାର କରିବାକୁ ଲାଗୁଛି ଡ଼ର । ଟାଇଁ ଟାଇଁ ଖରାରେ ମୁଣ୍ଡ ବୁଲାଇବାଠାରୁ ଆରମ୍ଭ କରି ଅଂଶୁଘାତ ହେବାର ଲାଗିରହୁଛି ଭୟ । ଏଭଳି ସ୍ଥିତିରେ ସାବଧାନ ନ ରହିଲେ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ । ମଣିଷ ତ ମଣିଷ ଏ ତାତିରେ ଗାଡ଼ି ମଧ୍ୟ ଗରମ ହୋଇଯାଉଛି । କାର୍ , ବାଇକ୍ , ବସ୍ ସବୁ ଛୁଇଁଲା ମାତ୍ରକେ ହାତ ତାତି ଯାଉଛି । ଆଉ ଏହି ସମୟରେ ହିଁ ଚଳନ୍ତା ଗାଡ଼ିରେ ନିଆଁ ଲାଗିବାର ଖବର ମଧ୍ୟ ସାମ୍ନାକୁ ଆସେ । ତେବେ ଆପଣ ବି ଯଦି ଏଭଳି ବିପଦରୁ ନିଜକୁ ଏବଂ ନିଜ ଗାଡ଼ିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଗାଡ଼ି ଭିତରେ ଏସବୁ ପଦାର୍ଥ ଆଦୌ ରଖନ୍ତୁ ନାହିଁ ।
/kanak/media/media_files/2025/04/03/AQz7dQSbTRB1OIiVPH3o.jpg)
କାର୍ ଭିତରର ଦୁର୍ଗନ୍ଧକୁ ଦୂରେଇବା ପାଇଁ ଅନେକ ଚାଳକ ପରଫ୍ୟୁମ୍, ଡିଓଡ୍ରାଣ୍ଟ୍ ରଖିବାକୁ ପସନ୍ଦ କରିଥା’ନ୍ତି ଯାହା ବାସ୍ତବରେ ଆଦୌ ସୁରକ୍ଷିତ ନୁହେଁ । ସାଧାରଣତଃ ପରଫ୍ୟୁମରେ ଆଲକହଲର ମାତ୍ରା ଥାଏ ଯାହା ଗରମ କାରଣରୁ ବ୍ୟାପିଥାଏ । ଏକ୍ସପର୍ଟଙ୍କ କହିବାନୁସାରେ, ପରଫ୍ୟୁମକୁ ୫୦ଡିଗ୍ରୀ ତାପମାତ୍ରା ତଳକୁ ରଖିବା ହିଁ ସୁରକ୍ଷିତ ହୋଇଥାଏ । ଯେହେତୁ ଆଲକହଲ୍ ଏକ ଜ୍ବଳନଶୀଳ ପଦାର୍ଥ ଯଦି ଏହା ଗରମ କାରଣରୁ କାର୍ ଭିତରେ ଲିକ୍ ହୁଏ ତା’ହେଲେ କାରରେ ନିଆଁ ଲାଗିବାର ସମ୍ଭାବନା ବଢ଼ିଯାଏ । ଅନେକ ଏକ୍ସପର୍ଟ କାର୍ ଭିତରେ ସାନିଟାଇଜର୍ ଏବଂ ଲାଇଟର୍ ରଖିବାକୁ ମଧ୍ୟ ମନା କରନ୍ତି ।
/kanak/media/media_files/2025/04/03/UmYcvL6vNtxD7nGpwes3.jpg)
ଯଦି ଆପଣ ପୁରୁଣା ଟାୟାରକୁ ବ୍ୟବହାର କରି କାର୍ ଚଳାଉଛନ୍ତି ତା’ହେଲେ ବେଳ ଥାଉ ଥାଉ ବଦଳାଇ ଦିଅନ୍ତୁ । କାରଣ ପୁରୁଣା ଟାୟାର୍ ଏୟାର୍ ପ୍ରେସରକୁ ସମ୍ଭାଳି ପାରେନାହିଁ ଏବଂ ଗରମରେ ଅଧିକ ପ୍ରେସର୍ କାରଣରୁ ପୁରୁଣା ଟାୟାର୍ ଫାଟିବା ଭଳି ସମସ୍ୟା ଉପୁଜିପାରେ । ଯଦି ଆପଣଙ୍କ ଟାୟାରର କୌଣସି ସ୍ଥାନରେ ଖରାପ କିମ୍ବା କଣା ହେଲା ଭଳି ଦେଖାଯାଏ ତା’ହେଲେ ବିଳମ୍ବ ନ କରି ତୁରନ୍ତ ବଦଳାନ୍ତୁ । ଗରମରେ କାରର ଇଞ୍ଜିନ୍ ଯେଭଳି ଭଲରେ କାମ କରିବ ସେଥିପାଇଁ କୁଲାଣ୍ଟ ଲେବଲ୍ ମେଣ୍ଟେନ୍ କରିବା ନିହାତି ଜରୁରୀ । କୁଲାଣ୍ଟର କମ୍ ମାତ୍ରା ଇଞ୍ଜିନ୍ ଉପରେ ପ୍ରଭାବ ପକାଇଥାଏ । ଯାହାଦ୍ବାରା ଇଞ୍ଜିନ୍ ଓଭରହିଟ୍ ହୋଇ ସିଜ୍ ହେଲା ଭଳି ପରିସ୍ଥିତି ଉପୁଜେ ।
କାର୍ ଭିତରେ ଖାଲି ବୋତଲ ରଖିବାର ଭୁଲ୍ ଆଦୌ କରନ୍ତୁ ନାହିଁ । ଅତ୍ୟଧିକ ଗରମରେ କାର୍ ଭିତରେ ପଡି ପଡି ପ୍ଲାଷ୍ଟିକ୍ ବୋତଲ୍ କ୍ୟାମିକାଲ୍ ରିଲିଜ୍ କରିଥାଏ । ଏହା ପୁନଃ ବ୍ୟବହାର କରିବା ଯେତେ କ୍ଷତିକାରକ, ଖରାର ସଂସ୍ପର୍ଶରେ ଆସିବା ମଧ୍ୟ ସେତେ ବିପଦଜ୍ଜନକ । ଯାହା କେତେବେଳେ ବି ଫାଟିବାର ସମସ୍ୟା ଉତ୍ପନ୍ନ କରିପାରେ । ଖରା ବଢିବା କାରଣରୁ କାର୍ ଭିତରେ ଗରମ ପବନର ହାଇ ପ୍ରେସର ବଢିବାରେ ଲାଗିଥାଏ । ଏଭଳି ସ୍ଥିତିରେ ଯଦି ଆପଣଙ୍କ ଗାଡ଼ି ଖରାରେ ଛିଡ଼ା ହୋଇଛି ତେବେ ଏହାର ଗ୍ଲାସରେ ଫାଟ ସୃଷ୍ଟି ହେଲା ଭଳି ସମସ୍ୟା ଉପୁଜିପାରେ । ଏଭଳି ସମସ୍ୟାର ସମାଧାନ ପାଇଁ କାର୍ ଝରକାକୁ ଅଳ୍ପ ଖୋଲା ରଖନ୍ତୁ ।