"गर फिरदौस बर रुए ज़मीं अस्त, हमीं अस्तो, हमीं अस्तो, हमीं अस्त"
ଉର୍ଦ୍ଦୁ ଶବ୍ଦରୁ ଆସିଥିବା ଏହି କାବ୍ୟାଶଂର ଅର୍ଥ , ‘ପୃଥିବୀରେ ଯଦି ସ୍ବର୍ଗ କେଉଁଠି ଅଛି , ତା’ହେଲେ ଏଇଠି ଅଛି , ଏଇଠି ଅଛି ଆଉ ଏଇଠି ଅଛି ।’ ଜମ୍ମୁକାଶ୍ମୀରର ଅପୂର୍ବ ସୁନ୍ଦରତାକୁ ବାଖ୍ୟା କରି ଏହି କାବ୍ୟାଶଂକୁ ଲେଖିଥିଲେ ଜଣେ ପ୍ରସିଦ୍ଧ କବି ନାଁ ତାଙ୍କର ଅମିର୍ ଖୁସରୋ । ସବୁଜିମା ଜଙ୍ଗଲ, ପାହାଡ଼-ପର୍ବତ, ଡାଲ୍ ହ୍ରଦ , ଟ୍ୟୁଲିପ୍ସ ଗାର୍ଡ଼େନ ଏବଂ କେସର ଫୁଲର ମହକରେ ମହକିତ ଏହି ସୁନ୍ଦର ସହରକୁ ପ୍ରକୃତରେ ଭାରତର ଭୂସ୍ବର୍ଗ କୁହାଯାଏ ।
/kanak/media/media_files/2025/04/05/fW4aFaxMCF38x4DEiPNm.jpg)
ବର୍ତ୍ତମାନ ଜମ୍ମୁକାଶ୍ମୀରର ସନାସରରେ ହୋଇଥିବା ଟ୍ୟୁଲିପ୍ସ ଗାର୍ଡେନ୍ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୧.୫ ଲକ୍ଷ ଟ୍ୟୁଲିପ୍ ଫୁଲରେ ସଜ୍ଜିତ ଏହି ଗାର୍ଡ଼େନ୍ ପୂରା ଅଞ୍ଚଳକୁ ମହକାଉଛି । ଉଦଘାଟନ ପୂର୍ବରୁ ହିଁ ପର୍ଯ୍ୟଟକ ଏହି ଗାର୍ଡ଼େନ୍ ପ୍ରତି ଆକର୍ଷିତ ହେଉଛନ୍ତି । ଜମ୍ମୁକାଶ୍ମୀରର ରାମବନ ଜିଲ୍ଲାରେ ଥିବା ସନାସରରେ ଏବେ ମହକୁଛି ଟ୍ୟୁଲିପ୍ସ ଫୁଲ ।
/kanak/media/media_files/2025/04/05/0HpjU5HnQGIrgmddZsqM.jpg)
ଦେଶବିଦେଶରୁ ପର୍ଯ୍ୟଟକ କାଶ୍ମୀରର ସୁନ୍ଦରତା ଉପଭୋଗ କରିବାକୁ ଆସୁଥିବା ବେଳେ ଟ୍ୟୁଲିପ୍ସ ଗାର୍ଡେନ୍ ଆସିବାକୁ ଜମାରୁ ଭୁଲୁନାହାନ୍ତି । ପ୍ରଥମଥର ପାଇଁ ଏତେ ଅଧିକ ଟ୍ୟୁଲିପ୍ସ ଫୁଲ ଦେଖି ପର୍ଯ୍ୟଟକ ଖୁସି ଅଛନ୍ତି । ଏହା ଦେଶର ପ୍ରଥମ ବଡ଼ ଟ୍ୟୁଲିପ୍ସ ଗାର୍ଡେନ୍ ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ୨୫ କିସମର ଫୁଲ ଏବଂ ୧,୫୦,୦୦୦ ରଙ୍ଗର ଟ୍ୟୁଲିପ୍ସ ଏବେ ଗାର୍ଡେନରେ ଫୁଟୁଛି । ପର୍ଯ୍ୟଟକ ଗାର୍ଡେନକୁ ଦେଖି ଖୁବ୍ ପ୍ରଶଂସା କରୁଛନ୍ତି ।
/kanak/media/media_files/2025/04/05/vFkYgpGBUB2ne9mxKVvp.jpg)
ନିଜ ପରିବାର ସହ ଜମ୍ମୁକାଶ୍ମୀର ଆସିଥିବା ପର୍ଯ୍ୟଟକ ଗାର୍ଡେନକୁ ଦେଖି ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି । ଏମିତିକି ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ଏହି ଗାର୍ଡ଼େନ୍ ଆସିବାକୁ ଭୁଲୁନାହାନ୍ତି । ୪୦ ଏକର ଭୂମିରେ ଫୁଟିଥିବା ଟ୍ୟୁଲିପ୍ସ ଫୁଲର ଏହି ଗାର୍ଡ଼େନ୍ ଅଫିସିଆଲି ଭାବରେ ଉଦଘାଟନ ହୋଇନାହିଁ ।
/kanak/media/media_files/2025/04/05/wA6IkSi9jN5Os6nYlBj1.jpg)