ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସାଂସ୍କୃତିକ ଏବଂ ଧାର୍ମିକ ସଂପର୍କକୁ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ‘ମିତ୍ର ବିଭୂଷଣ’ ପୁରସ୍କାରରେ ସମ୍ମାନିତ କରିଛନ୍ତି ।
/kanak/media/media_files/2025/04/05/ZzjlOPsDuYtZp1PQKFML.jpg)
କ’ଣ ଏହି ‘ମିତ୍ର ବିଭୂଷଣ’ ପୁରସ୍କାର ?
‘ମିତ୍ର ବିଭୂଷଣ’ ପୁରସ୍କାର ଶ୍ରୀଲଙ୍କାର ଏକ ସମ୍ମାନ ଯାହାକୁ ମିତ୍ର ରାଷ୍ଟ୍ର ପ୍ରତି ଅସାଧାରଣ ଯୋଗଦାନ ଏବଂ ମୈତ୍ରୀପୂର୍ଣ୍ଣ ସମ୍ବନ୍ଧକୁ ଆଗକୁ ବଢାଇବା ଉଦ୍ଦେଶ୍ୟରେ ଦିଆଯାଏ । ଏହି ସମ୍ମାନର ଆରମ୍ଭ ୨୦୦୮ ମସିହା ଫେବୃଆରୀ ମାସରେ ହୋଇଥିଲା । ଯାହାର ଶୁଭାରମ୍ଭ ତତକାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ କରିଥିଲେ । ସମ୍ମାନ ପ୍ରାପ୍ତ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ପତ୍ର ସହ ଏକ ପଦକ ଭେଟି ଦିଆଯାଏ ଯାହାକୁ ରାଷ୍ଟ୍ରପତି ବେକରେ ପିନ୍ଧାଇଥା’ନ୍ତି । ଏହି ପଦକ ପଦ୍ମପାଖୁଡ଼ା , ଗ୍ଲୋବ୍ , ସୂର୍ଯ୍ୟ , ଚନ୍ଦ୍ର ଏବଂ ଚାଉଳର ପ୍ରତୀକ ସହ ୯ ପ୍ରକାର ଶ୍ରୀଲଙ୍କା ରତ୍ନ (ନବରତ୍ନ) ରେ ସଜା ଯାଇଥାଏ । ଏହି ପୁରସ୍କାର ଭାରତ ଏବଂ ଶ୍ରୀଲଙ୍କା ୨ ଦେଶ ମଧ୍ୟରେ ବନ୍ଧୁତା ଏବଂ ସହଯୋଗୀତାର ଦୃଢ଼ ସଂପର୍କକୁ ଦର୍ଶାଇଥାଏ । ଏହି ସମ୍ମାନ ସମାରୋହରେ ମହତ୍ତ୍ବପୂର୍ଣ୍ଣ ସାଂସ୍କୃତିକ ପ୍ରତୀକର ଉଲ୍ଲେଖ କରାଗଲା ।
Colombo | Prime Minister Narendra Modi receives Mithra Vibhushana award from Sri Lankan President Anura Kumara Dissanayake
— ANI (@ANI) April 5, 2025
The "Dharma Chakra" reflects the shared Buddhist heritage that has shaped the cultural traditions of both nations.
The "Pun Kalasa" (a ceremonial pot)… pic.twitter.com/kbfb3kHzBF
ଏଥିମଧ୍ୟରେ ଧର୍ମ ଚକ୍ର ହେଉଛି ଏକ ମହତ୍ତ୍ବପୂର୍ଣ୍ଣ ପ୍ରତୀକ । ଏହି ଚକ୍ର ୨ ଦେଶକୁ ଉଭୟ ସାଂସ୍କୃତିକ ଏବଂ ବୌଦ୍ଧିକ ପରମ୍ପରା ସହ ଜଡ଼ିତ ରଖିବାର ଏକ ପ୍ରତୀକ । ଧର୍ମ ଚକ୍ର ଶାନ୍ତି , ସମୃଦ୍ଧି ଏବଂ ମାନବତାର ମାର୍ଗରେ ଚାଲିବାର ସନ୍ଦେଶ ଦେଇଥାଏ ।
ପୂର୍ଣ୍ଣ କଳସ ହେଉଛି ଏକ ଧାର୍ମିକ କଳସ ଯାହା ସମୃଦ୍ଧି ଏବଂ ନବୀକରଣର ଏକ ପ୍ରତୀକ । ଯାହା ୨ ଦେଶ ମଧ୍ୟରେ ବୈଭବ ଏବଂ ନିରନ୍ତର ବିକାଶକୁ ଦର୍ଶାଏ । ଉଭୟ ଦେଶ ମଧ୍ୟରେ ଆର୍ଥିକ ସମ୍ବନ୍ଧକୁ ମଜଭୁତ କରିବା ପାଇଁ ନୂତନ ଦିଗ ଦେଖାଏ ପୂର୍ଣ୍ଣ କଳସ ।
ஜனாதிபதி திசாநாயக்க அவர்களால் இன்றைய தினம் 'இலங்கை மித்ர விபூஷண்' என்ற விருது எனக்கு வழங்கப்பட்டமை மகத்தான பெருமைக்குரிய விடயமாகும். இந்த உயரிய கௌரவம் எனக்கே மட்டும் உரித்தான ஒன்றல்ல, இந்தியாவின் 1.4 பில்லியன் மக்களுக்கும் கிடைக்கப்பெற்ற உயர் மரியாதையாகும். அத்துடன் இந்திய -… pic.twitter.com/neMmmJoMuG
— Narendra Modi (@narendramodi) April 5, 2025
୯ ଟି ଦାମୀ ରତ୍ନର ସମ୍ଭାର ନବରତ୍ନ ହେଉଛି ଆଉ ଏକ ମହତ୍ତ୍ବପୂର୍ଣ୍ଣ ପ୍ରତୀକ । ଯାହା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସ୍ଥାୟୀ ମିତ୍ରତାକୁ ଦର୍ଶାଏ । ଏହି ନବରତ୍ନ ଗ୍ଲୋବର ଚତୁଃପାର୍ଶ୍ବରେ ଅବସ୍ଥିତ ଯାହା ୨ ଦେଶର ମିତ୍ରତାକୁ ବିଶ୍ବସ୍ତରରେ ମୂଲ୍ୟବାନ ବୋଲି ଦର୍ଶାଏ । ଏହି ରତ୍ନର ଚାରିପାଖରେ ପଦ୍ମଫୁଲ ପାଖୁଡ଼ାର ମାଳା ସଂପର୍କରେ ଶୁଦ୍ଧତା ଏବଂ ସ୍ଥିରତାର ପ୍ରତୀକକୁ ଦର୍ଶାଏ ।
ପରିଶେଷରେ ସୂର୍ଯ୍ୟ ଏବଂ ଚନ୍ଦ୍ରର ପ୍ରତୀକ ୨ ଦେଶ ମଧ୍ୟରେ ଅତୀତରୁ ଆରମ୍ଭ କରି ଭବିଷ୍ୟତ ପର୍ଯ୍ୟନ୍ତ ସଂପର୍କରେ ନିରନ୍ତରତାକୁ ଦର୍ଶାଇଥାଏ । ଅତୀତରେ ଯେମିତି ଉଭୟ ଦେଶ ମିତ୍ରତା ସଂପର୍କରେ ଥିଲେ ଭବିଷ୍ୟତରେ ମଧ୍ୟ ଏହି ଧାରା ବଜାୟ ରହିବ । ପୁରସ୍କାର ଏବଂ ପ୍ରତୀକ ମାଧ୍ୟମରେ ଭାରତ ଏବଂ ଶ୍ରୀଲଙ୍କା ସାଂସ୍କୃତିକ , ଧାର୍ମିକ ଏବଂ ଐତିହାସିକ ସଂପର୍କକୁ ଏକ ନୂଆ ଦିଗ ଦେଖାଏ ।