ସାଉଥ୍ ସୁପରଷ୍ଟାର୍ ଅଜିତ୍ କୁମାର ନିଜ ଅଭିନୟର ଯାଦୁରେ ଯେମିତି ଦର୍ଶକଙ୍କୁ ଦିୱାନା କରିଛନ୍ତି , ଠିକ୍ ସେମିତି ତାଙ୍କ ରେସିଂ ଦକ୍ଷତା ମଧ୍ୟ ଲୋକଙ୍କୁ ଆକୃଷ୍ଟ କରିଛି । ଅଭିନେତା ହେଉଛନ୍ତି ଜଣେ ପ୍ରଫେସନାଲ୍ କାର୍ ରେସର୍ ଏବଂ ସେ ନିଜ ନାଁରେ ଅନେକ ସମ୍ମାନ ସାଉଁଟିବା ସହିତ ପୁରସ୍କାର ଜିତିଛନ୍ତି । ଗତ କିଛି ସମୟ ଧରି ସେ କାର୍ ରେସିଂରେ ଦୁର୍ଘଟଣାର ଶିକାର ହୋଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ଅଭିନେତା ଏବେ ସୁରକ୍ଷିତ ରହିବା ସହ ରେସିଂରେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ତେବେ ରୋଚକ କଥା ହେଉଛି, ଅଜିତ୍ କୁମାର ନିଜ ପୁଅକୁ ଏବେ ରେସିଂ ଦକ୍ଷତା ଶିଖାଉଛନ୍ତି । ନିକଟରେ ସୋସିଆଲ୍ ମିଡିଆରେ ସେ ଏକ ଭିଡିଓ ସେୟାର୍ କରିଛନ୍ତି ଯେଉଁଥିରେ ସେ ନିଜ ୯ ବର୍ଷର ପୁଅ ଅଦ୍ବିକକୁ କାର୍ ରେସିଂ ଶିଖାଉଛନ୍ତି । ଏହି ସମୟରେ ତାଙ୍କ ପତ୍ନୀ ଶାଲିନୀ ମଧ୍ୟ ସାଙ୍ଗରେ ରହିଛନ୍ତି ।
/kanak/media/media_files/2025/04/05/UTdEuDMd38C9dl7KVmPz.jpg)
ଅଜିତଙ୍କ ଟିମ୍ ନିଜର ଏକ୍ସ ହ୍ୟାଣ୍ଡଲରେ କିଛି ଭିଡିଓ ସେୟାର୍ କରିଛନ୍ତି ଯେଉଁଥିରେ ଅଭିନେତା ନିଜ ପରିବାର ସହ ନଜର ଆସୁଛନ୍ତି । ଏହି ସମୟରେ ସେ ପ୍ରିକସନର ସଂପୂର୍ଣ୍ଣ ବ୍ୟବହାର କରି ପୁଅକୁ ରେସିଂ ଶିଖାଉଛନ୍ତି । ଭିଡିଓରେ କ୍ୟାପ୍ସନ୍ ସହ ଲେଖାହୋଇଛି ଯେ ‘ଅଜିତ୍ ଏବଂ ତାଙ୍କ ପରିବାରକୁ ମିକା ଗୋ କାର୍ଟ ସର୍କିଟରେ ସ୍ପଟ୍ କରାଯାଇଛି ।’ ଚେନ୍ନାଇରୁ ଏହି ଭିଡିଓ ନିଆଯାଇଥିବା ବେଳେ ସୋସିଆଲ୍ ମିଡିଆରେ ବର୍ତ୍ତମାନ ଭାଇରାଲ୍ ହେଉଛି । ଅଜିତଙ୍କ କଥା ଯଦି କହିବା ସେ ନିକଟରେ ନିଜ କାର୍ ରେସିଂ ଟିମ୍ ସହ ୟୁରୋପ ଗସ୍ତରୁ ଫେରିଛନ୍ତି ।
Ajith & family spotted at MIKA Go Kart Circuit, embracing the need for speed! 🏎️💨 Pure racing passion on display! 🔥
— Suresh Chandra (@SureshChandraa) April 3, 2025
A special thanks to MIKA Madras International Karting Arena & MIC Madras International Circuit.#AjithKumar #MIKAGoKart pic.twitter.com/2s45U06uK6
ସିନେ କ୍ୟାରିୟର୍ କଥା ଯଦି କହିବା ଅଜିତ୍ କୁମାରଙ୍କୁ ସାଉଥ୍ ଇଣ୍ଡଷ୍ଟ୍ରୀର ବେଷ୍ଟ୍ ଆକ୍ସନ୍ ହିରୋ ବୋଲି କୁହାଯାଏ । ୫୦ ବର୍ଷରୁ ଅଧିକ ବୟସ ହୋଇଥିଲେ ହେଁ ଅଭିନେତା ନିଜକୁ ଫିଟ୍ ରଖିଛନ୍ତି । ତାଙ୍କ ଅଭିନୀତ ସିନେମା Good Bad Ugly ଏପ୍ରିଲ୍ ୧୦ ତାରିଖରେ ପ୍ରେକ୍ଷାଳୟରେ ଆସିବାକୁ ଯାଉଛି । ସିନେମାରେ ପ୍ରଭୁ , ପ୍ରସନ୍ନା , ରାହୁଲ୍ ଦେବ , ଅର୍ଜ୍ଜୁନ୍ ଦାସ ଏବଂ ୟୁଗି ବାବୁ ବିଭିନ୍ନ ଚରିତ୍ରରେ ନଜର ଆସିବେ । ଅଜିତଙ୍କ ଫ୍ୟାନ୍ସ ସିନେମା ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି ।